fbpx

ମାଗଣା ଭାବି ବୋହିନେଲେ: ଟ୍ୟାଙ୍କର ଓଲଟିଲା, ୪୩ ଲକ୍ଷ ଟଙ୍କାର ସୋରିଷ ତେଲ ସଙ୍ଗେସଙ୍ଗେ ଗାଏବ୍

ନୂଆଦିଲ୍ଲୀ: ଅନେକ ସମୟରେ ମାଗଣାରେ କିଛି ଜିନିଷ ମିଳିଗଲେ ଲୋକମାନେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥାନ୍ତି । ଅନ୍ୟ କିଏ ବିପଦରେ ପଡ଼ି ଛଟପଟ ହେଉଥାଉ ପଛକେ ନିଜର ସ୍ୱାର୍ଥ ପୂରଣ କରିବାକୁ ପଛାଇ ନଥାନ୍ତି ଏପରି କିଛି ଲୋକମାନେ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଏକ ସୋରିଶ ତେଲ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବା ପରେ ଲୋକମାନେ ବାଲଟି ବାଲଟି ତେଲ ବୋହି ନେଇଥିଲେ ।

ସୂଚନା ମୁତାବକ, ରାଜ୍ୟର ବାନ୍ଦାର ସତନା ରୋଡ଼ ନିକଟରେ ଏକ ସୋରିଷ ତେଲ ଟ୍ୟାଙ୍କର ଅଚାନକ ଡିଭାଇଡର ପିଟି ହୋଇ ଓଲଟି ପଡ଼ିଥିଲା । ମହେନ୍ଦ୍ରଗଡ଼-ଦାଦରୀ ହାଇୱେରେ ପାଲି ଗ୍ରାମ ନିକଟରେ ରାତି ୧୧ଟା ସମୟରେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ଦୁର୍ଭାଗ୍ୟବଶତଃ ଭାବେ ଡ୍ରାଇଭର ଓ ଖଲାସି ବର୍ତ୍ତି ଯାଇଥିଲେ । ମାତ୍ର ଏହି ଘଟଣା ପାଇଁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ଘଟିଥିଲା । ତେଲ ଟ୍ୟାଙ୍କର ଓଲଟି ପଡ଼ିବା ଖବର ପାଇବା ପରେ ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ । ଲୋକମାନେ ବାଲଟି, ଡ୍ରମ ଆଦିରେ ସୋରିଷ ତେଲ ଭରି ଘରକୁ ନେଇଯାଇଥିଲେ ।

ସୂଚନା ମୁତାବକ, ଉକ୍ତ ଟ୍ୟାଙ୍କରରେ ୨୮ ଟନର ତେଲ ଭରି ରହିଥିଲା, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୪୩ ଲକ୍ଷ ଟଙ୍କା ହେବ । ଖବର ପାଇ ଘଟଣାସ୍ଥଳରେ ଟ୍ୟାଙ୍କର ମାଲିକ ଓ ପୋଲିସ ପହଞ୍ଚିଥିଲେ । ଏହାପରେ ଡାଏଲ ୧୧୨ର ଟିମ୍ ମଧ୍ୟ ପହଞ୍ଚିଥିଲେ । ଡାଏଲ ୧୧୨ ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଲୋକମାନେ ଟ୍ୟାଙ୍କରରୁ ତେଲ ଚୋରି କରିବା ଜାରି ରଖିଥିବା ଡ୍ରାଇଭର କହିଛନ୍ତି । ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.