fbpx

ସୋସିଆଲ ମିଡିଆ ଷ୍ଟାର Killi Paulଙ୍କୁ ଛୁରୀରେ ଆକ୍ରମଣ, ତାଙ୍କ ଡ୍ୟାନ୍ସକୁ ମୋଦୀ କରିଥିଲେ ପ୍ରଶଂସା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ତାଞ୍ଜାନିଆରେ ରହୁଥିବା କିଲି ପଲଙ୍କ ଉପରେ କିଛି ଅଜଣା ଲୋକ ଛୁରିରେ ଆକ୍ରମଣ କରି ତାଙ୍କୁ ଗୁରୁତର ଆହତ କରିଛନ୍ତି । ଏହି ଖବର ଖୋଦ୍ କିଲି ପଲ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।

ତେବେ କିଲି ପଲ ନିଜର ଡ୍ୟାନ୍ସିଂ ଭିଡିଓ କାରଣରୁ ସାରା ଦୁନିଆରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । କିଲିଙ୍କ ଗୁଣରେ କେବଳ ସାଧାରଣ ଜନତା ନୁହେଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏଥିପାଇଁ ‘ମନ୍ କି ବାତ୍’ରେ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ । କିଲି ପଲଙ୍କ ଇନଷ୍ଟାଗ୍ରାମ ଆକାଣ୍ଟରେ ୩୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ନିଜ ଅନ୍ଦାଜରେ ବଲିଉଡ ଗୀତରେ ଲିପ୍ସିଂ କରି ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ବହୁ ବଲିଉଡ ସେଲିବ୍ରେଟି ମଧ୍ୟ ତାଙ୍କ ଫଲୋଅର୍ସ ଲିଷ୍ଟରେ ରହିଛନ୍ତି ।

 

View this post on Instagram

 

A post shared by Kili Paul (@kili_paul)

କିଲି ପଲ ଲୋକପ୍ରିୟତା ବଢୁଥିବା ବେଳେ ତାଙ୍କ ଉପରକୁ ଛୁରୀରେ ଆକ୍ରମଣ ହୋଇଛି । ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ ଘଟଣା ବିଷୟରେ ସୂଚନା ଦେଇ ଲେଖିଛନ୍ତି ଯେ, ‘ମୋ ଉପରେ ୫ ଜଣ ଲୋକ ଆକ୍ରମଣ କରିଥିଲେ ଓ ବାଡ଼ିରେ ପିଟିଥିଲେ । ମୁଁ ୨ ଜଣଙ୍କୁ ପିଟି ନିଜକୁ ବଞ୍ଚାଇଛି । ଲୋକମାନେ ମୋତେ ତଳକୁ ଖସାଇବାକୁ ଚାହାଁନ୍ତି । କିନ୍ତୁ ଭଗବାନ ମୋତେ ସବୁବେଳେ ଉପରକୁ ଉଠାଉଛନ୍ତି । ମୋ ପାଇଁ ପ୍ରାର୍ଥନା କର ।’ ଏବେ କିଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Get real time updates directly on you device, subscribe now.