fbpx

ମତ ବଦଳେଇଲେ ତାରା; ନିରଞ୍ଜନ ମୋ ବଡଭାଇ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ନରମି ଯାଇଛନ୍ତି । କିଛିଦିନ ତଳେ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଯୋଗ୍ୟ ବୋଲି କହିଥିଲେ । ଏହାକୁ ନେଇ ବେଶ ହଟଚମଟ ହୋଇଥିଲା । କିନ୍ତୁ ଏବେ ତାରାଙ୍କ କଥା ବଦଳିଯାଇଛି । ନିରଞ୍ଜନ ତାଙ୍କର ବଡ଼ଭାଇ ବୋଲି ସେ କହିଛନ୍ତି । ତାରା କହିଛନ୍ତିଯେ, ସେ ଚେଲ୍ଲାକୁମାର ଓ ନିରଞ୍ଜନଙ୍କ ସହ କଥା ହୋଇଛନ୍ତି । ସେ ରାଗରେ ଏଭଳି କହି ଦେଇଥିଲେ । ନିରଞ୍ଜନ ମୋ ବଡ଼ଭାଇ ଓ ମୁଁ ତାଙ୍କ ସାନଭାଇ । ସେ ପ୍ରଦୀପ ମାଝୀ କିମ୍ବା ସପ୍ତଗିରି ଉଲାକାଙ୍କ ସହ କଥା ହୋଇନାହାନ୍ତି ବୋଲି ତାରା କହିଛନ୍ତି ।
ସୂଚନାଯୋଗ୍ୟଯେ,

ସୂଚନାଯୋଗ୍ୟଯେ, ଗତ କିଛିଦିନ ଧରି କୋରାପୁଟ କଂଗ୍ରେସରେ ବିବାଦ ତୀବ୍ରତର ହେବାରେ ଲାଗିଛି । ଏନେଇ ତାରା ବାରବାର ପିସିସି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ମିଳିନାହିଁ । ଯେଉଁଥିପାଇଁ ତାଙ୍କ ପତ୍ନୀ ତଥା କୋରାପୁଟ କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଦଳ ଛାଡ଼ିବାକୁ ଚେତାବନୀ ବି ଦେଇସାରିଛନ୍ତି । ଏସମ୍ପର୍କରେ ତାରା କହିଛନ୍ତିଯେ, ବିଜେଡ଼ି ବିଧାୟକମାନେ ନବୀନଙ୍କ ନାମରେ ଓ ବିଜେପି ବିଧାୟକମାନେ ମୋଦିଙ୍କ ନାମରେ ନିର୍ବାଚନ ଜିତୁଛନ୍ତି । କିନ୍ତୁ ନିରଞ୍ଜନଙ୍କ ନାଁରେ କଂଗ୍ରେସ ବିଧାୟକମାନେ ନିର୍ବାଚନ ଜିତିନଥା’ନ୍ତି । ତାଙ୍କର ବୟସ ହୋଇଗଲାଣି । ସେ ପଦ ଛାଡ଼ିଦେବା ଉଚିତ । ସେ ଦଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ନିରଞ୍ଜନଙ୍କ ବିରୋଧରେ ସେ ଲଢେ଼ଇ ଜାରିରଖିବେ ବୋଲି ତାରା କହିଥିଲେ ।

Get real time updates directly on you device, subscribe now.