fbpx
BSKY SKY
BSKY SKY

ବାଂଲାଦେଶ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଟଳିଲେ ଦୁଇ ତସ୍କର

BSKY

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୁଚବିହାରରେ ଭାରତ-ବାଂଲାଦେଶ ସୀମାରେ ବିଳମ୍ବିତ ରାତିରେ ଦୁଇ ଅନୁପ୍ରବେଶକାରୀ ପଶିବାକୁ ଚେଷ୍ଟା କରୁଥିଲେ । ହେଲେ ବିଏସଏଫ୍ ଯବାନ ମାନେ ସେମାନଙ୍କ ଯୋଜନାକୁ ପଣ୍ଡ କରିଛନ୍ତି । ବାଂଲାଦେଶ ପଟରୁ ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରୁଥିବା ଦୁଇଜଣ ତସ୍କରଙ୍କୁ ବିଏସଏଫ୍ ଯବାନ ମାନେ ଗୁଳି କରିଛନ୍ତି । ତେବେ ସୋମବାର ବିଏସଏଫ୍ ଯବାନ ମାନଙ୍କ ପକ୍ଷରୁ ବୟାନ ଜାରି ହୋଇଛି ।

ସେମାନଙ୍କ କହିବା ମୁତାବକ, ଚାଙ୍ଗଡ଼ାବାନ୍ଧା ଚେକ୍ ପୋଷ୍ଟ ପାଖରେ ତସ୍କର ମାନଙ୍କ ଗତିବିଧି ଦେଖିବାକୁ ପାଇଥିଲେ । ଏହାପରେ ଯବାନ ମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଉକ୍ତ ତସ୍କର ମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ଆଉ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ୧୮ରୁ ୨୦ ଜଣ ବାଂଲାଦେଶୀ ତସ୍କର ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଯବାନ ମାନେ ସୀମାରେ ଆଲଟ ର୍ ରହିଥିଲେ ତସ୍କର ମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ତସ୍କର ମାନେ ମଧ୍ୟ ଓଲଟା ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣଙ୍କ ଠାରେ ଗୁଳି ବାଜିଥିଲା । ଗୁଳି ଚାଳନା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

 

Get real time updates directly on you device, subscribe now.