fbpx

ମୁହଁ ଖୋଲିଲେ ତାରା ବାହିନୀପତି: ଇସ୍ତଫା ଉପରେ ରଖିଲେ ସ୍ପଷ୍ଟ ମତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଇସ୍ତଫା ନେଇ ଶେଷରେ ମୁହଁ ଖୋଲିଲେ ତାରା ବାହିନୀପତି । ନିଜ ଇସ୍ତଫା କାହାଣୀରେ ସ୍ପଷ୍ଟ କଲେ ଆଭିମୁଖ୍ୟ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି ସ୍ପଷ୍ଟ କରିଛନ୍ତି ତାରା।

ନିକଟରେ କଂଗ୍ରେସ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା  । ସେ ତାଙ୍କର ଇସ୍ତଫା ପତ୍ର ବିଧାୟକ ଦଳ ନେତାଙ୍କୁ ଦେଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ନା  ତାରା ନା ପିସିସି ସଭାପତି କେହି ଏନେଇ ମୁହଁ ଖୋଲିନଥିଲେ  ।

ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଇସ୍ତଫା ଚର୍ଚ୍ଚା ହେଉଥିଲା ଏହା ପରେ ପରେ ତାରା ବି ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ଉଭୟଙ୍କର ଇସ୍ତଫା ନେଇ ସେମିତି କିଛି ସ୍ପଷ୍ଟ ସୂଚନା ମିଳିନଥିଲା ।

ତେବେ ଆଜି ଜୟପୁର ବିଧାୟକ ତାରା ବାହିନୀପତି ସ୍ପଷ୍ଟ କରିଛନ୍ତି ଯେ ସେ କଂଗ୍ରେସ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛି  । କଂଗ୍ରେସର ଏବେ ପୁନର୍ଗଠନ ପ୍ରକ୍ରିୟା ଚାଲିଲାଣି ତେଣୁ ତାରାଙ୍କ ଭଳି ଜଣେ ବରିଷ୍ଠ ବିଧାୟକଙ୍କୁ କଂଗ୍ରେସ କେଉଁ ପଦରେ ବସାଉଛି ତାହା ଜଣା ପଡ଼ିଯିବ ।

Get real time updates directly on you device, subscribe now.