CHARIDHAM

ଶରୀର ପାଇଁ ଲାଭଦାୟକ ସାରୁ, ହାଇ ବ୍ଲଡ ପ୍ରେସରକୁ କମ୍‌ କରିବାରେ କରିଥାଏ ସାହାଯ୍ୟ

ସାରୁ ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି ନାହିଁ। ହେଲେ ଏହା ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ସାରୁରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଏକ କପ୍‌ ସାରୁରେ ପାଖାପାଖି ୩୨୦ମିଲିଗ୍ରାମ ପୋଟାସିୟମ ରହିଥାଏ। ଯାହା ଶରୀରରେ ଥିବା ଖରାପ କୋଲେଷ୍ଟରଲକୁ ବାହାର କରିବାରେ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।

-ଏଥିରେ ଥିବା ଫାଇବର ହିଁ ଖରାପ କୋଲେଷ୍ଟରକୁ ବାହାର କରି ଦେଇଥାଏ।

-ଏକାଡେମୀ ଅଫ୍‌ ନ୍ୟୁଟ୍ରେଶନ ଓ ଡାଏଟିଟିକ୍ସ ଅନୁଯାୟୀ ଦିନକୁ ମହିଳାମାନେ ଅନ୍ତତଃ ୨୫ ଗ୍ରାମ ଓ ପୁରୁଷଙ୍କ ପାଇଁ ୩୮ ଗ୍ରାମ ଫାଇବର ଆବଶ୍ୟକ ହୋଇଥାଏ। ତେଣୁ ସାରୁରେ ଥିବା ଫାଇବର ଏଥିପାଇଁ ବହୁ ଉପକରୀ ଯାହା ପେଟ ସମସ୍ୟାକୁ ଠିକ୍‌ କରିଥାଏ।

-ସାରୁରେ ବହୁ ପରିମାଣରେ ପୋଷକ ତତ୍ତ୍ୱ ଥିବାରୁ ଏହା ଶରୀର ପାଇଁ ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।