fbpx

ଦେଶରେ ଇ-ଯାନ ବିପ୍ଳବର ନେତୃତ୍ଵ ନେବ ଟାଟା ମୋଟର୍ସ, ବିଶ୍ଵ ଆକାଂକ୍ଷା ପୂରଣ କରିବ: ଏନ ଚନ୍ଦ୍ରଶେଖରନ

Advertisement

ନୂଆଦିଲ୍ଲୀ: ସଂପ୍ରତି ଦେଶରେ କେନ୍ଦ୍ର ସରକାର ଇ-ଯାନ ବା ଇଲେକ୍ଟ୍ରିକ ଭେଇକିଲକୁ ପ୍ରୋତ୍ସାହନ ଦେବାକୁ ଅନେକ ପଦକ୍ଷେପ ନେଉଛନ୍ତି। କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ନୀତିନ ଗଡକରୀ ଦେଶରେ ଆଗାମୀ ସମୟରେ ଇ-ଯାନର ଚାହିଦା ବଢିବ ଏବଂ ଏହାକୁ ଅଧିକ ପ୍ରୋତ୍ସାହନ ଦେବାକୁ ନିର୍ମାତାଙ୍କୁ ଅପିଲ୍ ମଧ୍ୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟାଟା ଗ୍ରୁପର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ କହିଛନ୍ତି, ଟାଟା ମୋଟର୍ସ ଭାରତରେ ଅଟୋମୋବାଇଲ କ୍ଷେତ୍ରରେ ଇ-ଯାନ ବିପ୍ଳବରେ ନେତୃତ୍ଵ ନେବ। ନିଜର ଇଲେକ୍ଟ୍ରିକ ଯାନକୁ ବିଶ୍ଵ ବଜାରରେ ପରିଚିତ କରାଇବା ପାଇଁ ପଦକ୍ଷେପ ନିଆଯିବ। ଏଥିରେ ବ୍ୟାଟେରୀ ସେଲ୍ ଏବଂ ସେମିକଣ୍ଡକ୍ଟର୍ସ ନିର୍ମାଣ ମଧ୍ୟ ସାମିଲ୍।

ଟାଟା ମୋଟର୍ସ ଇ-ଯାନ କ୍ଷେତ୍ରରେ ୨ ଅରବ ଡଲାରର ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ତର୍ଜାତୀୟ ବଜାରରେ ଇଲେକ୍ଟ୍ରିକ ଯାନ ନିର୍ମାଣ ପାଇଁ ନିଜର ନୂତନ ଜେନ-୩ ପ୍ଲାଟଫର୍ମର ଉପଯୋଗ କରିବ। ଶୁକ୍ରବାର ଚନ୍ଦ୍ରଶେଖରନ ଜେନ-୩ ପ୍ଲାଟଫର୍ମ ଉପରେ ଆଧାରିତ ଇଲେକ୍ଟ୍ରିକ କାର ଅଭିନ୍ୟାର ଅନାବରଣ କରିଛନ୍ତି।

କମ୍ପାନୀ ଇ-ଯାନକୁ ପ୍ରୋତ୍ସାହନ ଦେବା ପାଇଁ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛି। ‘ଓ୍ଵାନ ଟାଟା’ ଆଧାରରେ ଟାଟା ପାଓ୍ଵାର, ଟାଟା ଅଟୋକମ୍ପ, ଟାଟା ଏଲେକ୍ସି ଏବଂ ଟାଟା ଟେକ୍ନୋଲୋଜି ପରି ଗ୍ରୁପ ଟାଟା ମୋଟର୍ସର ଇ-ଯାନରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। କମ୍ପାନୀ ଖୁବ୍ ଶୀଘ୍ର ବ୍ୟାଟେରୀ ଏବଂ ସେଲ୍ ଲୋକାଲାଇଜେସନ ଲାଗୁ କରିବ।

ଆମେ ଇ-ମୋବିଲିଟି ଆଡକୁ ଅଗ୍ରସର ହେଉଛୁ। ଦୁନିଆକୁ ସ୍ମାର୍ଟ ସେବା ଯୋଗାଇ ଦେବାକୁ ପ୍ରୟାସ କରୁଛୁ। ଆମେ ପ୍ରଥମ ଇ-ଯାନ ଲଞ୍ଚ କରିବା ପାଇଁ ଜେନେରାଲ ୧ ଓ ଜେନେରାଲ ୨ରେ ପ୍ରଗତି ଆଣୁଛୁ। ଆଜି ଆମେ ଶୀଘ୍ର ଜେନେରାଲ ୩ ପ୍ଲାଟଫର୍ମ ଆରମ୍ଭ କରି ନିଜକୁ ଗର୍ବିତ କରୁଛୁ ବୋଲି ଅଧ୍ୟକ୍ଷ କହିଛନ୍ତି।

Get real time updates directly on you device, subscribe now.