fbpx

ଚନ୍ଦ୍ରଯାନ-୩ ମିଶନରେ ଟାଟାର ଗୁରୁତ୍ୱପୂର୍ଣ୍ଣ ଭୂମିକା : ଜାଣନ୍ତୁ କିପରି କରିଥିଲା ସାହାଯ୍ୟ

Advertisement

ନୂଆଦିଲ୍ଲୀ : ଭାରତର ଚନ୍ଦ୍ରଯାନ-୩ ମିଶନ ପୃଥବୀରୁ ଚନ୍ଦ୍ର ପର୍ଯ୍ୟନ୍ତ ଏକ ଦୀର୍ଘ ଯାତ୍ରା ଆରମ୍ଭ କରିଛି । ଏହାର ସଫଳ ଲନଚିଙ୍ଗ ପାଇଁ ସବୁଠାରେ ପ୍ରଶଂସିତ ହେଉଛି । କେବଳ ଇତ୍ସୋ ନୁହେଁ, ଦେଶର ଅନେକ ଘରୋଇ କମ୍ପାନୀଗୁଡ଼ିକ ମଧ୍ୟ ଏହି ମିଶନକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କତରିଛନ୍ତି । ଏହି କମ୍ପାନୀଗୁଡ଼ିକ ମଧ୍ୟରୁ ଏକ ପୁରାତନ ବ୍ୟବସାୟ ଟାଟା ଗ୍ରୁପ କମ୍ପାନୀ ଅନ୍ୟତମ ଅଟେ । ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇଥିବା ରକେଟର ଉତକ୍ଷେପଣ ପାଇଁ ବ୍ୟବହୃତ ହେଉଥିବା କ୍ରେନ ଟାଟା କାରଖାନାରେ ତିଆରି ହୋଇଥିଲା ।

ସୂଚନା ଅନୁଯାୟୀ, ଟାଟା ଷ୍ଟିଲ ଦ୍ୱାରା ନିର୍ମିତ କ୍ରେନ ଚନ୍ଦ୍ରଯାନ-୩ ର ସଫଳ ଉନ୍ମୋଚନ ପାଇଁ ଇତ୍ସୋକୁ ଅଭିନନ୍ଦନ ଜଣାଇ କହିଛି ଯେ, ଏହା ଆମ ପାଇଁ ଗର୍ବର ବିଷୟ । ଟାଟା ଷ୍ଟିଲ ଦ୍ୱାରା ନିର୍ମିତ କ୍ରେନ ଆନ୍ଧ୍ରପ୍ରଦେଶର ସତୀଶ ଧାୱାନ ଅନ୍ତରକ୍ଷ କେନ୍ଦ୍ରର ଲଞ୍ଚ ଯାନ LVM3 M4 କୁ ଏକତ୍ର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ବୁଧବାରକୁ କମ୍ପାନୀ ତରଫରୁ ଏହି ସୂଚନାଟି ମିଳିଥିଲା । ଚନ୍ଦ୍ରଯାନର କ୍ରେନର ନିର୍ମାଣ ଜମସେଦପୁର ସ୍ଥିତ ଟାଟା ଗ୍ରୋଥ ସପରେ କରାଯାଇଥିଲା ।

ଟାଟା ଷ୍ଟିଲର ଜମସେଦପୁର କାରାଖାନାରେ ନିର୍ମିତ ଅତ୍ୟାଧୁନିକ କ୍ରେନ ହେଉଛି, ଏହି ମିଶନର ସଫଳତା ପାଇଁ ଇଲେକ୍ଟ୍ରିକ ଓଭର ହେଡ ଟ୍ରାଭେଲିଂ କ୍ରେନ ଥିଲା । କ୍ରେନର ପ୍ରସ୍ତୁତି ପରେ, ଚନ୍ଦ୍ରଯଅନ-୩ ଆରମ୍ଭ ହେବା ପୂର୍ବରୁ ଆନ୍ଧ୍ରପ୍ରଦେଶର ଶ୍ରୀ ହାରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରକ୍ଷ କେନ୍ଦ୍ରରେ ସ୍ଥାପନ କରାଯାଇଥିଲା ।

Get real time updates directly on you device, subscribe now.