fbpx

ଆପରୁ ଖାଇବା ଅର୍ଡର ଉପରେ ଲାଗୁ ହେବ ଟିକସ: ଜାନୁୟାରୀ ୧ରୁ ମହଙ୍ଗା ହେବ କି ଅନଲାଇନ୍ ଫୁଡ୍ ଅର୍ଡର, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଳୀ: ଆଜିକା ସମୟରେ ସମସ୍ତେ ଅନଲାଇନରୁ ଖାଇବା ଅର୍ଡର କରିବାକୁ ପସନ୍ଦ କରିଥାନ୍ତି । ଘରେ ବସି ଗୋଟିଏ କ୍ଲିକରେ ଖାଇବା ଆପଣଙ୍କ ଘର ଦୁଆର ମୁହଁରେ ପହଞ୍ଚିବ । ତେବେ ଅନଲାଇନ ଖାଇବା ଅର୍ଡର କରୁଥିବା ଲୋକଙ୍କ ପାଇଁ ଦୁଃସମ୍ବାଦ । ଜୋମାଟୋ ଏବଂ ସ୍ୱିଗି ପରି ସଂସ୍ଥା ଉପରେ ଆଗାମୀ ଦିନରେ ୫ ପ୍ରତିଶତର ଅତିରିକ୍ତ ଟିକସ ଲାଗୁ କରାଯିବ । ଆସନ୍ତା ଜାନୁୟାରୀ ୧ ତାରିଖରୁ ଅନଲାଇନ ଖାଇବା ଅର୍ଡର ଅତ୍ୟନ୍ତ ମହଙ୍ଗା ହେବାକୁ ଯାଉଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆପ୍ କମ୍ପାନୀ ଗୁଡିକ ଉପରେ ଏହି ଚାର୍ଜ ପଡୁଥିବା ବେଳେ ଟ୍ୟାକ୍ସ କ୍ରେଡିଟ ପ୍ରଦାନ କରାଯିବ ନାହିଁ । ୧୭ ସେପ୍ଟେମ୍ବରରେ ଜିଏସଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଜାନୁୟାରୀ ୧, ୨୦୨୨ରୁ ଏହା ଲାଗୁ କରାଯିବ ।

ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଗ୍ରାହକଙ୍କ ଉପରେ ସିଧାସଳଖ ଭାବରେ ପଡିବ ନାହିଁ । ଏହି ୫ ପ୍ରତିଶତ ଟିକସ ଫୁଡ ଡେଲିଭରୀ ଆପରୁ ଅସୁଲ କରାଯିବମାତ୍ର କମ୍ପାନୀ ଏହି ରକମ ଗ୍ରାହକଙ୍କ ନିକଟରୁ ହିଁ ଅସୁଲ କରିବ । ଏହାକୁ ଦୃଷ୍ଟିରେ ରଖିଲେ ଆସନ୍ତା ଜାନୁୟାରୀ ୧ରୁ ଅନଲାଇନ ଖାଇବା ଅର୍ଡର କରିବା ମହଙ୍ଗା ହେଇଯିବ । ତେବେ ଏହି ଟିକସ ବ୍ୟବସ୍ଥା ଉଭୟ ଜିଏସଟି ପଞ୍ଜୀକୃତ ଏବଂ ଅଣ ପଞ୍ଜୀକୃତ ଦୋକାନ ଉପରେ ଲାଗୁ କରାଯିବ । ଫଳରେ ଜିଏସଟି ପଞ୍ଜୀକୃତ ହୋଟେଲ ଗୁଡିକରୁ ଅର୍ଡର କରିବାକୁ ଫୁଡ ଡେଲିଭରୀ ଆପ ଗୁଡିକ ବାଧ୍ୟ ହେବେ ।

Get real time updates directly on you device, subscribe now.