fbpx

ଟେଲର୍ ବାପାଙ୍କ ଭିନ୍ନକ୍ଷମ ପୁଅ ପାସ କଲା ସରକାରୀ ଆକାଉଣ୍ଟାଣ୍ଟ ପରୀକ୍ଷା, ପାଦରେ ଲେଖିଲେ ଉତ୍ତର

ଲାହୋର: ସରକାରଙ୍କ ତରଫରୁ ବାହାରିଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ଅନେକ ଜଣ ସଫଳତା ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଏପରି ଏକ ପ୍ରାର୍ଥୀ ଥିଲେ ଯିଏ ହାତ ବଦଳରେ ପାଦରେ ଲେଖି ସଫଳତା ହାସଲ କରିଛନ୍ତି । ଏହି ପ୍ରାର୍ଥୀଙ୍କ ନାମ ଆମୀନ, ଯାହାଙ୍କର ୨ଟି ହାତ ଭିନ୍ନକ୍ଷମ ଅଟେ । ୩୦ ବର୍ଷୀୟ ଆମୀନଙ୍କ ପିତା ଇକବାଲ ମଂସୁରୀ ଟେଲରିଙ୍ଗର କାମ କରନ୍ତି ।

ସୂଚନା ଅନୁଯାୟୀ, ଆମୀନ ଜଣେ ଗରିବ ପରିବାରର ପୁଅ ଅଟନ୍ତି । ଜନ୍ମ ସମୟରୁ ତାଙ୍କର ଦୁଇଟି ହାତ ଭିନ୍ନକ୍ଷମ । ହେଲେ ସେ ପାଠ ପଢାକୁ ନେଇ ହାର ମାନିନାହାଁନ୍ତି ଏବଂ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢିଚାଲିଛନ୍ତି । ୩୦ ବର୍ଷୀୟ ଆମୀନଙ୍କ ବାପା ଇକବାଲ ମଂସୁରୀ ସିଲେଇ କାମ କରନ୍ତି । ସେମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ଅଟେ । ଆମୀନଙ୍କ ଜନ୍ମରୁ ଦୁଇ ହାତ ଭିନ୍ନକ୍ଷମ ଥିବାରୁ ତାଙ୍କ ଉପରେ ସଫଳତାର କୌଣସି ଆଶା ରଖାଯାଇନଥିଲା । ହେଲେ ଆମୀନ ତାକୁ କୌଣସି ଦୁର୍ବଳତା ନ ଭାବି କଠିନ ପରିଶ୍ରମ କରିଛନ୍ତି । ସେ ଛୋଟବେଳୁ ପାଠପଢା ପ୍ରତି ସତର୍କତା ଅବଲମ୍ବନ କରନ୍ତି ।

ଆମୀନ ୨୦୧୨ ମସିହାରେ ଏକାଦଶ ପଢିବା ବେଳେ ସୋଲାର କୁକୁରର ପ୍ରୋଜେକ୍ଟ କରିଥିଲେ ଯାହା ରାଷ୍ଟ୍ରୀୟ ସ୍ତରରେ ମନୋନୀତ ହୋଇଥିଲା । ଏଥିଲାଗି ଆମୀନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ସେ ସ୍ନାତକ ଇନ୍ଦୋରରେ ପାସ କରିଥିଲେ । ଏହାପରେ ସେ ବିଗତ ବର୍ଷରେ ଏହି ସରକାରୀ ଆକାଉଣ୍ଟାଣ୍ଟ ପରୀକ୍ଷା ଲାଗି ଫର୍ମ ପୂରଣ କରୁଥିଲେ । ତେବେ ଏହି ବର୍ଷ ପରୀକ୍ଷାରେ ସେ ଜିଲ୍ଲାର ପ୍ରଥମ ସ୍ଥାନରେ ଅଛନ୍ତି । ସେ ଦିନକୁ ୧୨ ଘଣ୍ଟା ପରିଶ୍ରମ କରନ୍ତି ବୋଲି କହିଛନ୍ତି । ଛୋଟବେଳୁ ସେ ପାଦରେ ଖୁବଶିଘ୍ର କିପରି ଲେଖିବେ ତା’ପାଇଁ ମଧ୍ୟ ଅଭ୍ୟାସ କରୁଥିଲେ । ତାଙ୍କର ଏହି ସଫଳତା ଦେଖି ଗାଁ ଲୋକେ ମଧ୍ୟ ଆମୀନଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

 

 

Get real time updates directly on you device, subscribe now.