BEd ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ରେଗୁଲାର ଶିକ୍ଷକ, ରାଜ୍ୟରେ ଅଭାବ ପଡ଼ିବେନି ସାର୍

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ କରିବେ ରାଜ୍ୟ ସରକାର ।

ଚୁକ୍ତି ଭିତ୍ତିକ ନୁହେଁ ବରଂ ରେଗୁଲାର ଭିତ୍ତିରେ ଶିକ୍ଷକମାନଙ୍କୁ ନିଯୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ବିଇଡିପାଠ୍ୟକ୍ରମ ପଢ଼ୁଥିବା କିମ୍ବା ପଢ଼ିସାରିଥିବା ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣା ଉତ୍ସାହ ହେବ ନିଶ୍ଚିୟ । ଆଲୋଚନା ଅନୁସାରେ ପ୍ରତି ମାସରେ ରାଜ୍ୟରେ ୧୫ ହଜାର ଶିକ୍ଷକ ନିଯୁକ୍ତି ପାଇବେ ।

ଏ କ୍ରମରେ ୩ ବର୍ଷରେ ୪୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର । ମୋହନ ସରକାରଙ୍କ ଶାସନ କାଳ ଶେଷ ହେବାକୁ ଆଉ ୩ ବର୍ଷ ରହିଥିବାବେଳେ ରାଜନୈତିକ ଭବିଷ୍ୟତକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏ ଘୋଷଣା କରିଥିବା ଆଲୋଚନା ହେଉଛି ।