fbpx

ଶ୍ରେଣୀଗୃହରେ ୫ ବର୍ଷର ଛାତ୍ରକୁ ଅତି ନିର୍ମମ ଭାବେ ପିଟିଲେ ଶିକ୍ଷକ: Video ହେଲା ଭାଇରାଲ

ପାଟନା: ଶିକ୍ଷକଙ୍କୁ ଭଗବାନଙ୍କ ସ୍ଥାନରେ ରଖାଯାଇଛି । ମାତା,ପିତାଙ୍କ ପରେ ଗୁରୁଙ୍କ ଉପରେ ଅଧିକ ବିଶ୍ୱାସ କରାଯାଏ । କିନ୍ତୁ ପାଟନାର ଜଣେ ଶିକ୍ଷକ ଠିକ୍ ଭୁଲ ଭିତରେ ଅନ୍ତର ଶିଖାଇବା ବ୍ୟତୀତ ନିଜେ ଭୁଲ କରି ବସିଛନ୍ତି । ସୂଚନା ଅନୁସାରେ, ଶିକ୍ଷକଜଣକ କ୍ଲାସରୁମରେ ଜଣେ ୫ ବର୍ଷର ଛାତ୍ରଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଛନ୍ତି ।

ଭାଇରାଲ ଭିଡିଓ ଏକ କୋଚିଂ ସେଣ୍ଟରର ବୋଲି ଜଣାପଡିଛି । ଭିଡିଓରେ ଜଣେ ଶିକ୍ଷକ ୫ ବର୍ଷର ଛାତ୍ରଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ପାଖରେ ଅନେକ ଲୋକ ଥିବା ସତ୍ତେ୍ୱ କେହି ବି ଶିକ୍ଷକଙ୍କୁ ବିରୋଧ କରିନଥିଲେ । ଏପରିକି ଭିଡିଓ କରୁଥିବା ଯୁବକ ମଧ୍ୟ ମୂକ ଦର୍ଶକ ଭାବେ ରେକର୍ଡିଂ କରିଥିଲେ ।

ଏହି ଘଟଣା ପାଟନାର ଧନରୁଆ ଅଞ୍ଚଳର ବୋଲି କୁହାଯାଉଛି । ଭାଇରାଲ ଭିଡିଓରେ ଗୋଟିଏ କୋଚିଂ ସେଣ୍ଟରରେ ଶିକ୍ଷକ ଅତି ନିର୍ମମ ଭାବେ ବେତରେ ଛାତ୍ରଙ୍କୁ ମାଡ଼ ମାରିଥିଲେ । କିନ୍ତୁ ବେତ ଭାଙ୍ଗିଯିବାରୁ ଛାତ୍ରଙ୍କୁ ହାତରେ ମୁଥା ଓ ଗୋଇଠା ମାରିବା ଆରମ୍ଭ କରିଥିଲେ । ଭିଡିଓରେ ଛୋଟ ପିଲାଟି କାନ୍ଦି କାନ୍ଦି ଚିକ୍ରାର କରିବା ସହ ନମାରିବାକୁ ନେହୁରା ହେଉଥିଲା, କିନ୍ତୁ ତାହା ଶିକ୍ଷକଙ୍କ କାନରେ ପଡିନଥିଲା ।

ଶେଷରେ ଶିକ୍ଷକଙ୍କ ଅତ୍ୟାଚାର ସହି ନପାରି ଛାତ୍ର ଜଣକ ବେହୋସ୍ ହୋଇ ଯାଇଥିଲେ । ଏବେ ମେଡିକାଲରେ ଛାତ୍ରଙ୍କର ଚିକିତ୍ସା ଚାଲିଛି । ଘଟଣା ପରେ ସ୍ଥାନୀୟ ଲୋକ ସେହି ଶିକ୍ଷକଙ୍କୁ ଧରି ପକାଇ ମାଡ଼ ମାରିଥିଲେ । ରିପୋର୍ଟ ଅନୁସାରେ, କୋଚିଂ ସେଣ୍ଟରର ମାଲିକ ଏହି ଶିକ୍ଷକ ଜଣକ ହାଇ ବ୍ଲଡ ପ୍ରେସରରେ ପୀଡିତ ଅଛନ୍ତି ।

Get real time updates directly on you device, subscribe now.