I Love You କହି ‘ବ୍ୟାଡ୍ ଟଚ୍’ କରୁଥିଲେ, ହାତ-ଗୋଡ଼ ମାଲିସ୍ କରାଉଥିଲେ ରସିକିଆ ଶିକ୍ଷକ: ୧୬ ଜଣ ଛାତ୍ରୀ ଆଣିଲେ ସଙ୍ଗୀନ୍ ଅଭିଯୋଗ
ନୂଆଦିଲ୍ଲୀ: ଆମ ସମାଜରେ ଶିକ୍ଷକଙ୍କୁ ଏକ ସମ୍ମାନଜନକ ସ୍ଥାନ ଦିଆଯାଇଥାଏ । ତେବେ ଅନେକ ସମୟରେ କିଛି ଖରାପ ପ୍ରବୃତ୍ତିର ଶିକ୍ଷକଙ୍କ ପାଇଁ ସାରା ଶିକ୍ଷକ ଜାତିରେ କଳଙ୍କ ଲାଗିଥାଏ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଛାତ୍ରୀମାନଙ୍କୁ ଆଇ ଲଭ୍ ୟୁ ‘ବ୍ୟାଡ୍ ଟଚ୍’ କରୁଥିଲେ ଜଣେ ରସିଆ ଶିକ୍ଷକ । ଏଭଳି ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ନୁହେଁ ଦୁଇଜଣ ନୁହନ୍ତି, ଏକସଙ୍ଗେ ୧୬ ଜଣ ଛାତ୍ରୀ । ଶେଷରେ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେ ଉକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି ।
ଖବର ମୁତାବକ, ମହାରାଷ୍ଟ୍ରର ଲାତୁର ଜିଲ୍ଲା ପରିଷଦ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଏକ ଚିନ୍ତାଜନକ ଘଟଣା । ଉକ୍ତ ସ୍କୁଲର ଜଣେ ଶିକ୍ଷକ ନାବାଳିକା ଛାତ୍ରୀମାନଙ୍କୁ ଯୌନ ଉତ୍ପୀନ ଦେବା ସହ ସେମାନଙ୍କ ପିଛା କରୁଥିଲା । ଛାତ୍ରୀମାନଙ୍କୁ ଉକ୍ତ ଶିକ୍ଷକ ଆଇ ଲଭ୍ ୟୁ କହିବା ସହ ଖରାପ ସ୍ପର୍ଶ କରୁଥିବା ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି । ଏପରିକି ଶିକ୍ଷକ ଜଣଙ୍କ ଛାତ୍ରୀଙ୍କ ଦ୍ୱାରା ନିଜର ହାତ ଓ ପାଦ ମାଲିସ୍ କରାଉଥିଲେ । ଏହି କଥା ବାହାରେ ପ୍ରଘଟ କଲେ ପରୀକ୍ଷାରେ ନମ୍ବର ଦେବେ ନାହିଁ ବୋଲି ଶିକ୍ଷକ ଜଣଙ୍କ ଛାତ୍ରୀମାନଙ୍କୁ ଧମକ ଦେଉଥିଲେ । ଗତ ୨୦୨୧ ମସିହାରୁ ଶିକ୍ଷକ ଜଣଙ୍କ ଏଭଳି କାଣ୍ଡ କରିଆସୁଥିଲେ । ଶେଷରେ ଛାତ୍ରୀମାନେ ବିନା ଭୟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ଉକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।