ଶିକ୍ଷକଙ୍କ ବଢ଼ିଲା ଟେନସନ୍; ଏବେ ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି, ଗୋଟିଏ ସ୍ଥାନରେ 6 ବର୍ଷରୁ ଅଧିକ ରହିପାରିବେନି
ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ଓ ନିଯୁକ୍ତି ନେଇ ପ୍ରସ୍ତୁତ ହେଲା ନୀତି । ବାର୍ଷିକ ବଦଳି ଏପ୍ରିଲ 15ରୁ ଜୁନ 15 ମଧ୍ୟରେ ହେବ । ନିଜ ଜିଲ୍ଲାରେ ନିଯୁକ୍ତି ନଦେବାକୁ ନିଆଗଲା ନିଷ୍ପତ୍ତି ।
ଭୁବନେଶ୍ବର: ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ଓ ନିଯୁକ୍ତି ନେଇ ପ୍ରସ୍ତୁତ ହେଲା ନୀତି । ବାର୍ଷିକ ବଦଳି ଏପ୍ରିଲ 15ରୁ ଜୁନ 15 ମଧ୍ୟରେ ହେବ । ନିଜ ଜିଲ୍ଲାରେ ନିଯୁକ୍ତି ନଦେବାକୁ ନିଆଗଲା ନିଷ୍ପତ୍ତି । ନିଯୁକ୍ତି ପାଇଲେ ନିଜ ବ୍ଲକରେ ରହିବାକୁ ଅନୁମତି ଦିଆଯିବନି । ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ନିୟମ ପ୍ରସ୍ତୁତ ।
ଗୋଟିଏ ସ୍ଥାନରେ 6 ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ଶିକ୍ଷକ ଏବଂ ଶିକ୍ଷୟତ୍ରୀ। ସ୍ବାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥିଲେ ପାଖ ଅଞ୍ଚଳରେ ନିଯୁକ୍ତି ହେବେ ।
ଅବସର 2 ବର୍ଷ ଥିବା ଅଧିକାରୀଙ୍କ ପାଇଁ ନିୟମ କୋହଳ ହେବ । ସେମାନେ ଯେଉଁଠାରେ ଅଛନ୍ତି ସେହିଠାରେ ରହିପାରିବେ । କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବେ । କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତିକୁ ସ୍ବଚ୍ଛତା ଆଣିବାକୁ ନିଷ୍ପତ୍ତି ନିଆଯାଇଛି ।