fbpx

ରୋହିତ-ବିରାଟଙ୍କ ମଧ୍ୟରୁ କିଏ ହେବ ଭବିଷ୍ୟତର ଲିଡର: ଟିମ୍ ଇଣ୍ଡିଆ ପ୍ରତିପକ୍ଷଙ୍କ ଆଗରେ କରିଚାଲିଥିବ ସରେଣ୍ଡର

ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ଏକଦିବସୀୟ ଅଧିନାୟକ ପଦରୁ ହଟାଇବା ପରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ରୋହିତ ଶର୍ମା ଟି-୨୦, ଦିନିକିଆରେ ଅଧିନାୟକ ପଦ ସମ୍ଭାଳିବାକୁ ନେଇ ବିବାଦ ଉପୁଛି । ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପରେ ଭାରତର ଲଜ୍ଜାଜନକ ପ୍ରଦର୍ଶନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା । ଖେଳାଳିଙ୍କ ଚୟନ ସମୟରେ ବିରାଟଙ୍କୁ ଅଣଦେଖା କରାଯାଇଥିବା ନେଇ ଆଲୋଚନା ହେଉଥିଲା । ପୁଣି ବିରାଟ, କୋଚ ଶାସ୍ତ୍ରୀଙ୍କ ବିଦାୟ ଘୋଷଣା ହେଉ ହେଉ ମହେନ୍ଦ୍ର ସିଂହ ଧୋନୀ ଅଚାନକ ମେଣ୍ଟର ଭାବେ ଆବିର୍ଭାବ ହୋଇଥିଲେ । ଦଳରେ ଯେ ଏକପ୍ରକାର ଶୀତଳଯୁଦ୍ଧ ଚାଲିଛି ଏହା ନିଶ୍ଚିତ ଭାବେ ସ୍ପଷ୍ଟ ହେଉଛି ।

ଆଗକୁ ଦକ୍ଷିଣ ଆଫ୍ରିକା ଗସ୍ତ ଥିବାବେଳେ ବିସିସିଆଇ ଦିନିକିଆ ଅଧିନାୟକ ପରିବର୍ତ୍ତନ ସପକ୍ଷରେ ରହିଥିଲା । ଏହି ଗସ୍ତ ପାଇଁ ରୋହିତଙ୍କ ଟି-୨୦ ଓ ଦିନିକିଆ କ୍ୟାପ୍ଟେନ ଦାୟିତ୍ୱ ଦେବା ପରେ ଅନେକ ବିବାଦକୁ ଏହା ଜନ୍ମ ଦେଇଛି । ଚୋଟ କାରଣରୁ ଏହି ଗସ୍ତର ଟେଷ୍ଟ ସିରିଜରେ ରୋହିତ ଖେଳିବେ ନାହିଁ । ସେହିପରି ବିରାଟ ମଧ୍ୟ ଏକଦିବସୀୟ ସିରିଜରେ ଖେଳିବେ ନାହିଁ । ନିଆଁ ନଥିଲେ ଧୂଆଁ କଦାପି ବାହାରିବ ନାହିଁ । ଟି-୨୦ ବିଶ୍ୱକପରେ କିଛି ବିରାଟଙ୍କ ଫେଭରାଇଟ ଖେଳାଳିଙ୍କୁ ଦଳ ବାହାରେ ରଖାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ଏହି ଦଳୀୟ କନ୍ଦଳ ପାଇଁ ହିଁ ଟିମ୍ ଇଣ୍ଡିଆକୁ ବିଶ୍ୱକପରେ ଧୂଳି ଚାଟିବାକୁ ପଡ଼ିଥିଲା । ପୁଣି ଯଦି ଭବିଷ୍ୟତରେ ଏହା ଜାରି ରହେ ତେବେ ଦଳର ପ୍ରଦର୍ଶନ ତ ନିମ୍ନଗାମୀ ହେବ, ଏହାଛଡ଼ା ପ୍ରତିପକ୍ଷ ଦୁର୍ବଳ ଦେଶମାନଙ୍କ ବିରୋଧରେ ଟିମ୍ ଇଣ୍ଡିଆ ସରେଣ୍ଡର କରିବାକୁ ଏକପ୍ରକାର ବାଧ୍ୟ ହେବ ।

Get real time updates directly on you device, subscribe now.