fbpx

ଟିମ୍ ଇଣ୍ଡିଆକୁ ମିଳିବ ନୂତନ ବୋଲିଂ କୋଚ୍‌, ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫ୍ ହେବେ ଏହି ଖେଳାଳି

ନୂଆଦିଲ୍ଲୀ: ଆଇସିସି ଟି- ୨୦ ବିଶ୍ୱକପ୍ ପରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ସମ୍ପୂର୍ଣ୍ଣ ସପୋର୍ଟ ଷ୍ଟାଫ୍ ମିଳିପାରିନାହିଁ । ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ଅସ୍ଥାୟୀ ବୋଲିଂ କୋଚ୍ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି ସାଇରାଜ ବହୁତୁଲେ । ଖୁବ୍ ଶୀଘ୍ର ଭାରତୀୟ ଦଳକୁ ଏହାର ସ୍ଥାୟୀ ବୋଲିଂ କୋଚ୍ ମିଳିବା ନେଇ ଘୋଷଣା ହୋଇପାରେ ।

ରିପୋର୍ଟରୁ ପ୍ରକାଶ ଦକ୍ଷିଣ ଆଫ୍ରିକାର ମୋର୍ଣ୍ଣି ମୋର୍କେଲ(Morne Morkel)ଙ୍କୁ ଭାରତୀୟ ଦଳର ସ୍ଥାୟୀ କୋଚ୍ ଭାବେ ନିଯୁକ୍ତି ମିଳିପାରେ । ଏହା ସହ ସେ ବାଂଲାଦେଶ ସିରିଜରେ ଭାରତୀୟ ଟିମରେ ସାମଇଲ ହୋଇପାରନ୍ତି । ଏହା ପରେ ଦେଖିବାକୁ ବାକି ରହିଲା କି ସାଇରାଜ ବହୁତୁଲେ ଭାରତୀୟ ଟିମ୍ ସହ ଜଡ଼ିତ ରହୁଛନ୍ତି ନା ତାଙ୍କୁ ସ୍ପିନ୍ ବୋଲିଂର କୋଚ୍ ଭାବେ ଦାୟିତ୍ୱ ଦିଆଯିବ । କାରଣ ଏସୀୟ ପିଚରେ ସ୍ପିନ୍ ବୋଲିଂ ଅଧିକ ପ୍ରଭାବଶାଳୀ ରହିଥାଏ । ଆଇପିଏଲରେ ଲକ୍ଷ୍ନୌ ସୁପର ଜାୟଣ୍ଟ୍‌ସ ଦଳରେ ଗୌତମ ଗମ୍ଭୀର ଏବଂ ମୋର୍ଣ୍ଣେ ମୋର୍କେଲ ଏକାଠି କାମ କରିଥିଲେ । ବାସ୍ତବରେ ୨୦୨୨ରେ ଗୌତମ ଦଳର ମେଣ୍ଟର ଭାବେ ଏବଂ ମୋର୍କେଲ ଦଳର ବୋଲିଂ କୋଚ୍ ଭାବେ କାର୍ଯ୍ୟ କରିସାରିଛନ୍ତି । ଆନ୍ତର୍ଜାତୀୟ ଟିମର ବୋଲିଂ କୋଚ୍ ଭାବେ ମୋର୍କେଲଙ୍କ ପାଖରେ ଯଥେଷ୍ଟ ଅଭିଜ୍ଞତା ରହିଛି । କହିରଖୁଛୁ ରାହୁଲ ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିବା ସମୟରେ ତାଙ୍କ ସପୋର୍ଟ ଷ୍ଟାଫ୍ ଭାବେ Paras Mhambrey ଦଳର ବୋଲିଂ କୋଚ୍ ଥିଲେ ।

Get real time updates directly on you device, subscribe now.