fbpx

(Video) ଫେରିବ ଟିମ ଇଣ୍ଡିଆ, ଫେରିବ ବିଶ୍ୱକପ ଟ୍ରଫି: ରୋହିତ ସେନାକୁ ଆଣିବା ପାଇଁ BCCIର ସ୍ପେଶାଲ ପ୍ଲାନ

Advertisement

ନୂଆଦିଲ୍ଲୀ: ବାରବାଡୋସ ବାତ୍ୟାରୁ ବାହାରିବ ଟିମ ଇଣ୍ଡିଆ । ବିଶ୍ୱକପ୍ ପରେ ୱେଷ୍ଟଇଣ୍ଡିଜରେ ଫସି ରହିଥିବା ଚମ୍ପିଆନ୍ ଦଳକୁ ଭାରତ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଏଥିପାଇଁ ସ୍ୱତନ୍ତ୍ର ପ୍ଲାନ କରୁଛି । ଟିମ ଇଣ୍ଡିଆ ସହ ଭାରତରେ ବିଶ୍ୱକପ ବିଜୟର ସେଲିବ୍ରେସନ ମଧ୍ୟ ଅଟକି ରହିଛି । ବିଶ୍ୱକପ ସରିବା ପରେ ୱେଷ୍ଟଇଣ୍ଡିଜର ବାରବାଡୋସ ଅଞ୍ଚଳରେ ଏକ ବଡ଼ ଧରଣର ବାତ୍ୟା ଯୋଗୁଁ ଫସି ରହିଛନ୍ତି ଟିମ ଇଣ୍ଡିଆର ସମସ୍ତ ଖେଳାଳି । ତେଣୁ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଆଣିବା ପାଇଁ ବିସିସିଆଇ ତରଫରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି ।

ଏବେ ସାମ୍ନାକୁ ଆସିଥିବା ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱକପ୍ ଚମ୍ପିଆନ୍ ଟିମ ଇଣ୍ଡିଆ ଖୁବଶୀଘ୍ର ବାରବାଡୋସରୁ ବାହାରି ଭାରତରେ ଭାରତ ଅଭିମୁଖେ ଯାତ୍ରା କରିବ । ଝଡ ପାଇଁ ଭାରତୀୟ ଟିମ ନିର୍ଦ୍ଧାରିତ ସମୟରେ ବାରବାଡୋସରୁ ବାହାରି ପାରିନଥିଲା । କିନ୍ତୁ ବର୍ତ୍ତମାନ ବିସିସିଆଇ, ଭାରତୀୟ ଟିମକୁ ସେଠାରୁ ଆଣିବା ପାଇଁ ଖାସ ବ୍ୟବସ୍ଥା କରିଛି । ରିପୋର୍ଟ ଅନୁସାରେ, ଭାରତୀୟ ଟିମ ମଙ୍ଗଳବାର ଦିନ ବାରବାଡୋସର ସ୍ଥାନୀୟ ସମୟ ହିସାବରେ ସନ୍ଧ୍ୟା ୬ଟାରେ ବିସିସିଆଇର ସ୍ପେଶାଲ ଫ୍ଲାଇଟରେ ଭାରତ ଆସିବେ । ବୁଧବାର ସନ୍ଧ୍ୟା ୭ଟା ୪୫ ବେଳକୁ ଦିଲ୍ଲୀରେ ପହଞ୍ଚିଯିବେ ବୋଲି ଜଣାପଡିଛି । ଏହାପୂର୍ବରୁ ବିସିସିଆଇ ସଚିବ ଜୟ ଶାହ ଆଶ୍ୱାସନା ଦେଇ କହିଥିଲେ କି, ସେ ଟିମକୁ ସାଥୀରେ ନେଇ ଭାରତ ଫେରିବେ । ଏବେ ତମାମ ଚେଷ୍ଟା କରିବା ପରେ ଭାରତୀୟ ଟିମ ଭାରତ ଫେରିବାକୁ ପ୍ରସ୍ତୁତି ହୋଇସାରିଛି ।

ଭାରତୀୟ କ୍ରିକେଟ ଟିମ୍ ବାରବାଡୋସ ମାଟିରେ ସାଉଥ ଆଫ୍ରିକାକୁ ହରାଇ ଟି୨୦ ବିଶ୍ୱକପ୍ ୨୦୨୪ର ଚମ୍ପିଆନ୍ ପାଲଟିଛି । ୨୯ ଜୁନ ଶନିବାର ଦିନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ହୋଇଥିଲା ଚମ୍ପିୟାନ୍ । ବିଶ୍ୱବିଜେତା ହେବା ପରେ ଭାରତୀୟ ଟିମକୁ ଭାରତ ଫେରିବାର ଥିଲା । ହେଲେ ବେରିଲ ନାମକ ଏକ ବାତ୍ୟା ସବୁକିଛି ଓଲଟପାଲଟ କରି ରଖିଦେଲା ଆଉ ବାରବାଡୋସରେ ଫସିଗଲା ଟିମ ଇଣ୍ଡିଆ ।

Get real time updates directly on you device, subscribe now.