fbpx

ନ୍ୟୁଜିଲାଣ୍ଡର ଅଧିନାୟକ ପଦ ଛାଡ଼ିଲେ ଟିମ୍ ସାଉଦୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ପରାଜୟ ପରେ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ୨-୦ରେ ପରାସ୍ତ ହେବା ପରେ ନ୍ୟୁଜିଲାଣ୍ଡ ଅଧିନାୟକ ପଦ ଛାଡ଼ିଛନ୍ତି ଟିମ୍ ସାଉଦୀ । ଏହାଫଳରେ ଭାରତ ଗସ୍ତ ପୂର୍ବରୁ ନ୍ୟୁଜିଲାଣ୍ଡର ଅଧିନାୟକ ବଦଳିଛନ୍ତି । ଟମ ଲାଥମ ଏବେ ନ୍ୟୁଜିଲାଣ୍ଡ ଟିମର ନୂଆ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି । ଲାଥମ ୧୪ଟି ଟେଷ୍ଟରେ ନ୍ୟୁଜିଲାଣ୍ଡ ପାଇଁ ନେତୃତ୍ୱ ନେଇଥିବା ବେଳେ ସେଥିମଧ୍ୟରୁ ୬ଟିରେ ଦଳକୁ ବିଜୟୀ କରାଇଥିଲେ ଓ ୬ଟିରେ ପରାଜୟର ସାମ୍ନା କରିଥିଲେ ।

ଅକ୍ଟୋବର ୧୬ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯିବ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଟିମର ଅଧିନାୟକ ଟିମ୍ ସାଉଦୀ ପଦ ଛାଡ଼ିଛନ୍ତି । ଫଳରେ ଭାରତ ଗସ୍ତ ଅବସରରେ ଟମ୍ ଲାଥମ ନ୍ୟୁଜିଲାଣ୍ଡର ନେତୃତ୍ୱ ସମ୍ଭାଳିବେ । ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ସିରିଜ୍ ହାରିବା ପରେ ସାଉଦୀ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବା ନେଇ ନିଷ୍ପତ୍ତି ନେଇଥିଲେ । ଦଳର ହିତ ପାଇଁ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା ସାଉଦୀ ଏହି ଅବସରରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୨ରେ କେନ ୱିଲିୟମସନ ଅଧିନାୟକ ପଦ ଛାଡ଼ିବା ପରେ ସାଉଦୀଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଏହା ମଧ୍ୟରେ ପାଖାପାଖି ୨ ବର୍ଷ ଧରି ଅଧିନାୟକ ପଦ ସମ୍ଭାଳିବା ପରେ ଏବେ ସାଉଦୀ ଉକ୍ତ ପଦ ଛାଡ଼ିଛନ୍ତି । ସାଉଦୀଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଟିମ୍ କ୍ରମାଗତ ୨ଟି ଟେଷ୍ଟ ସିରିଜରେ ପରାଜୟ ବରଣ କରିଥିଲା । ଶ୍ରୀଲଙ୍କା ପୂର୍ବରୁ ଅଷ୍ଟ୍ରେଲିଆ ଠାରୁ ମଧ୍ୟ ନ୍ୟୁଜିଲାଣ୍ଡ ୨-୦ରେ ପରାଜୟବରଣ କରିଥିଲା ।

Get real time updates directly on you device, subscribe now.