ୟାକୁ ବି କଣ ପ୍ରେମ କୁହାଯିବ…ଧୋକା ଦେଲା ପ୍ରେମିକା, ଘରକୁ ଡ଼ାକି ବିଷ ଦେଇଦେଲା ପ୍ରେମିକ

ପ୍ରେମିକକୁ ଛାଡ଼ି ଅନ୍ୟତ୍ର ବିବାହ କରିବାକୁ ଯୋଜନା କରିଥିଲା ପ୍ରେମିକା । ସତ ଜାଣିପାରି ବିଷ ଦେଇ ମାରିଦେଲା ।

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରେମର ସଜ୍ଞା ବଦଳି ଯାଇଛି । ବର୍ତ୍ତମାନ ବେଙ୍ଗାଲୁରୁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ପ୍ରେମିକକୁ ଧକ୍କା ଦେବା କାରଣରୁ ପ୍ରେମିକାକୁ ଜୀବନରୁ ମାରିଦେଲା । ଏହାପରେ ନିଜେ ମଧ୍ୟ ଟଏଲେଟ କ୍ଲିନର ପିଇ ମରିଗଲା । ମୃତକ ହେଲେ ବାଶା ଏବଂ ଉଜମା ଖାନ ।

ଧୋକା ଦେଉଥିଲା ପ୍ରେମିକା-  ଖବର ଅନୁସାରେ, ଦୁହେଁ ଦୁହିଁଙ୍କୁ ପ୍ରେମ କରିଥିଲେ । ଉଭୟେ ବିବାହିତ ଥିଲେ କିନ୍ତୁ ସେମାନେ ପରିବାର ଠାରୁ ଅଲଗା ହୋଇଯାଇଥିଲେ । ଏହାପରେ ଦୁହେଁ ଦୁହିଁଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ହେଁ ଏହା ସମ୍ଭବ ହୋଇପାରିନଥିଲା । ତେବେ ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କ ସହିତ ଉଜମାଙ୍କର ବିବାହ ଖବର ଜାଣିପାରିଥିଲେ ବାଶା ।

ପ୍ରେମିକ ରଚିଥିଲା ନାଟକ-  ଏହାପରେ ଅତ୍ୟଧିକ କ୍ରୋଧିତ ହୋଇ ମର୍ଡର ପ୍ଲାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ତାଙ୍କୁ ଖାଇବା ପାଇଁ ଘରକୁ ଡ଼ାକିଥିଲା ବାଶା । ଏହାପରେ ଉଜମା ଗତ  1 ତାରିଖରେ ପରିବାରକୁ ଏକ ମେସେଜ କରିଥିଲେ । ବାଶା ଏବଂ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସେ ବିଷ ପିଇଦେଇଥିବା କଥା ମଧ୍ୟ କହିଥିଲେ । ଏହାପରେ ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବ୍ୟବଚ୍ଛେଦ ରିପୋର୍ଟରେ ଖୁଲାସା- ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଅଲଗା ରିପୋର୍ଟ ଆସିବା ପରେ ବାଶା ଉପରେ ସମସ୍ତଙ୍କର ସନ୍ଦେହ ବଢିଥିଲା । ଏହାପରେ ପୋଲିସ ତଦନ୍ତ କରିଥିବା ବେଳେ ଏହା ବାଶାର କାଣ୍ଡ ଥିବା ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ବାଶାକୁ ଗରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।