ରାକ୍ଷସ ଭଳି ଦାନ୍ତ, ମୋତି ଭଳି ଆଖି, ୩୦୦୦ ମିଟର ଗଭୀର ସମୁଦ୍ରରେ ରୁହେ ଏହି ଭୟାନକ ପ୍ରାଣୀ

ଏହି ଭୟଙ୍କର ଜୀବକୁ ଦେଖିଲେ ଛୋଟ ପିଲା କ'ଣ ବଡ଼ ଲୋକଙ୍କର ବି ଉଡ଼ିଯିବ ହୋସ୍।

ଓଡ଼ିଶାଭାସ୍କର: ରାକ୍ଷସ ଭଳି ଦାନ୍ତ ଆଉ ମୋତି ପରି ବଡ଼ ବଡ଼ ଧଳା ଧଳା ଆଖି । ଦେଖିଲେ ଡ଼ର ଲାଗୁଛି। ଆଉ ଏହି ଭୟଙ୍କର ବିରଳ ପ୍ରାଣୀର ଭିଡ଼ିଓ ଏବେ ଇଣ୍ଟରନେଟରେ ଭାଇରାଲ୍ ହେଉଛି।  ଯାହାକୁ ଦେଖିଲେ ଆପଣଙ୍କ ମେରୁଦଣ୍ଡ ଥରି ଉଠିବ।

ବୈଜ୍ଞାନିକମାନେ ଏହି ବରଳ ପ୍ରାଣୀର ନାମ ‘ଟେଲିସ୍କୋପିସ୍’ ଦେଇଛନ୍ତି। କାରଣ ଏହି ପ୍ରାଣୀଟି ତାର ବଡ଼ ମୁକ୍ତା ଭଳି ଆଖି ସାହାଯ୍ୟରେ ଦୂରରୁ ତାର ଶିକାରକୁ ଚିହ୍ନଟ କରିପାରେ।

ବୈଜ୍ଞାନିକଙ୍କ ମତରେ ଏହି ପ୍ରାଣୀର ଆଖିରେ ବାୟୋ-ଲ୍ୟୁମିନେସେନ୍ସର ବିଶେଷ କ୍ଷମତା ଅଛି। ଏହି ପ୍ରାଣୀ ନିଜ ଆଖିରୁ ଆଲୋକ ଉତ୍ପନ୍ନ କରିପାରେ ଯାହା ଫଳରେ ଏହା ସମୁଦ୍ରର ଘନ ଅନ୍ଧାରରେ ମଧ୍ୟ ବହୁତ ଦୂରକୁ ସହଜରେ ଦେଖିପାରେ। ଏହି ପ୍ରାଣୀ ୫୦୦ ରୁ ୩୦୦୦ ମିଟର ଗଭୀରତାରେ ବାସ କରେ।

ଭୟଙ୍କର ସାମୁଦ୍ରିକ ପ୍ରାଣୀ: ଏହି ଟେଲିସ୍କୋପ୍ ପ୍ରାଣୀଟି ତାର ଆଖିରେ ଆଲୋକ ସଂରକ୍ଷଣ କରିପାରେ। ଯାହା ଏହାକୁ ଶିକାର ଖୋଜିବାରେ ସାହାଯ୍ୟ କରେ।

ଏହାର ଶରୀର ଲମ୍ବା, ପତଳା, ଧଳା ଏବଂ ମାଟିଆ ରଙ୍ଗର। ଏହି ଭାଇରାଲ ଭିଡିଓରେ ଟେଲିସ୍କୋପ୍ ମାଛର ବେଲୁନ ଭଳି ଆଖି ଏବଂ ତୀକ୍ଷ୍ଣ ଦାନ୍ତ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି, ଯାହା ଏହାକୁ ବହୁତ ଭୟଙ୍କର ରୂପ ଦେଇଛି।

ଭିଡିଓ ଭାଇରାଲ: ଏହି ଅନନ୍ୟ ସମୁଦ୍ର ପ୍ରାଣୀର ଭିଡିଓ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ୨୦ ନିୟୁତରୁ ଅଧିକ ଥର ଦେଖାଯାଇଛି। ଏହାକୁ ଦେଖିବା ପରେ ନେଟିଜେନମାନେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଛନ୍ତି।

ବୈଜ୍ଞାନିକମାନେ ଟେଲିସ୍କୋପ ମାଛର ଆବିଷ୍କାରକୁ ବହୁତ ରୋମାଞ୍ଚକର ବୋଲି ବର୍ଣ୍ଣନା କରିଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଏପରି ପ୍ରାଣୀଙ୍କ ଆବିଷ୍କାର ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଆହୁରି ଅନେକ ରହସ୍ୟ ଉନ୍ମୋଚନ କରିପାରିବ।