fbpx

ରାଜ୍ୟର ଶୀତର ଲହରି: ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତର ଲହରି ଜାରି ରହିଛି । ପାରଦ କମିବା ଯୋଗୁଁ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି । ରାଜ୍ୟରେ ୧୧ ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୬.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି । ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ରେ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହିତ ସୁବର୍ଣ୍ଣପୁରରେ ୮.୨, ଟିଟିଲାଗଡ଼ରେ ୮.୩, କେନ୍ଦୁଝରରେ ୮.୬ ଡିଗ୍ରୀ, ଝାରସୁଗୁଡ଼ାରେ ୮.୮, ଭବାନୀପାଟଣା ଓ ବୌଦ୍ଧରେ ୯ ଡିଗ୍ରୀ, ହୀରାକୁଦରେ ୯.୫, କୋରାପୁଟରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ବ୍ୟତୀତ ଭୁବନେଶ୍ୱରରେ ୧୨.୪ ଓ କଟକରେ ୧୧.୬ ଡିଗ୍ରୀ ରାତ୍ରି ତାପମାତ୍ରା ରହିଛି ।

Get real time updates directly on you device, subscribe now.