ଭୁବନେଶ୍ୱର : ସାରା ରାଜ୍ଯରେ କଲବଲ କଲାଣି ଅସମ୍ଭାଳ ତାତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ଯସ୍ତ ଜନଜୀବନ । କାଳବୈଶାଖୀ ବର୍ଷା ସତର୍କତା ହଟିବା ପରେ ପୁଣି ତାତି ବଢିଛି । ତିନି ଦିନ ଯାଏଁ ତାତିରୁ ମିଳବନି ନିସ୍ତାର। ଅସମ୍ଭାଳ ତାତିକୁ ନେଇ ୩ ଦିନ ଯାଏଁ ହିଟ ୱେଭ ଜାରି କରିଛି ବିଭାଗ। କିଛି ଜିଲ୍ଲାରେ ୪୨ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟ ତାପମାତ୍ରା।
ଆଜି ବିଶେଷକରି, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ,ଝାରସୁଗୁଡ଼ା ଓ ସମ୍ବଲପୁରକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ବିଭାଗ। ସେହିଭଳି ଆସନ୍ତାକାଲି ପାଇଁ ବରଗଡ଼, ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ତି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ରହିଛି।
୩୦ ତାରିଖ ପରେ ତାପମାତ୍ରା ୨ ଡିଗ୍ରୀ ଯାଏ କମିବା ସମ୍ଭାବନା ରହିଛି। ଏପ୍ରିଲ ୨ ତାରିଖ ବେଳକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୪୧.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୦.୧ ସମ୍ବଲପୁରରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।
ଅନ୍ୟପଟେ, ଭୁବନେଶ୍ୱରରେ ୩୮.୫ ଓ କଟକରେ ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯଦି ଆଜିଠାରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ, ଆଗକୁ ପରିସ୍ଥିତି କିପରି ରହିବ ତାହା ଭାବିଲା ବେଳକୁ ଭୟ ଲାଗୁଛି।