fbpx

ରଥ ଟାଣୁଥିବା ବେଳେ ବଡ଼ ଅଘଟଣ: ବିଦ୍ୟୁତ ତାର ଲାଗି ୨ ଶିଶୁ ସମେତ ୧୦ ମୃତ, ଅନେକ ଗୁରୁତର

ଚେନ୍ନାଇ: ତାମିଲନାଡୁର ତଞ୍ଜାଭୁର ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଯାଇଛି । ଏକ ଶୋଭାଯାତ୍ରା ସମୟରେ ସେଠାକାର ମନ୍ଦିରର ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଏପରି କ୍ଷେତ୍ରରେ କରେଣ୍ଟ ଲାଗିବା କାରଣରୁ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

ମୃତକ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି । ଏହା ସହ ଏଥିରେ ଅନେକ ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମନ୍ଦିରର ରଥକୁ ଭକ୍ତମାନେ ଟାଣୁଥିବା ବେଳେ ଘଟିଥିଲା ଏହି ଅଘଟଣ । ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

अस्पताल में विलाप करते मृतकों के परिजन.

ସୂଚନା ଅନୁସାରେ, ମନ୍ଦିରରେ ୯୪ତମ ଉପ୍ପର ଗୁରୁପୂଜା ଉତ୍ସବ ପାଳନ କରାଯାଉଥିଲା । ଏଥିରେ ସାମିଲ ହେବାକୁ ମଙ୍ଗଳବାର ରାତିରୁ ଆଖପାଖର ଅନେକ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିିଥିଲା । ଏହା ପରେ ବୁଧବାର ସକାଳୁ ସହରର ରାସ୍ତାଉପରେ ପାରମ୍ପରିକ ରଥ ଯାତ୍ରା ଆରମ୍ଭ ହୋଇଥିଲା । ଶତାଧିକ ଭକ୍ତଙ୍କ ମଧ୍ୟରେ ଠାକୁରଙ୍କ ରଥ ଟଣା ଚାଲିଥିଲା । ଠିକ୍ ସେହି ସମୟରେ ଏକ ବିଦ୍ୟୁ ତାର ରଥ ସଂସ୍ପର୍ଶରେ ଆସିଥିଲା । କରେଣ୍ଟ ଲାଗିବାରୁ ଘଟଣାସ୍ଥଳରେ ୨ ଶିଶୁ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଗଲା । ଗୁରୁତରମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.