ମନ୍ଦିର ପୂଜକ ପାଆନ୍ତି କେତେ ? ଏ ପ୍ରକାର ଦରମା ଆଉ କୌଣସି ଚାକିରିରେ ନାହିଁ

ପୂଜାରୀଙ୍କୁ ଏମିତି ମିଳେ ଦରମା । ଯାହାର ରୁହେନି କୌଣସି ହିସାବ ।

ଚିତୋଡଗଡ଼: ରାଜସ୍ଥାନର ସାବରିଆ ସେଠ ମନ୍ଦିର ସବୁବେଳେ ଚର୍ଚ୍ଚାରେ ରହିଥାଏ । କାରଣ ଏହା ଦେଶର ଗୋଟିଏ ମାତ୍ର ମନ୍ଦିର ଯେଉଁଠାରେ ବର୍ଷତମାମ ଭକ୍ତମାନେ ୧୨୫ କୋଟି ଟଙ୍କାର ଦକ୍ଷିଣା ଦେଇଥାନ୍ତି ।

ଏହି ମନ୍ଦିରରେ ଭକ୍ତମାନେ ଟଙ୍କା ବ୍ୟତୀତ ସୁନା, ରୁପା ଅଳଙ୍କାର ମଧ୍ୟ ଠାକୁରଙ୍କ ଦକ୍ଷିଣା ସ୍ୱରୂପ ଦେଇଥାନ୍ତି । ଏହି ମନ୍ଦିରରେ ପୂଜା କରୁଥିବା ପୂଜାରୀଙ୍କୁ ଦରମା ଦିଆଯିବାର ପ୍ରଥା ରହିଛି ।

ପରମ୍ପରା ଅନୁସାରେ, ପ୍ରତିମାସରେ ପାଜରୀଙ୍କୁ କୌଣସି ନିର୍ଦ୍ଦିଷ୍ଟ ଆକାରରେ ଦରମା ଦିଆଯାଏ ନାହିଁ । ହିସାବ କରିବା ପାଇଁ ଯେତେବେଳେ ଭଣ୍ଡାର ଘର ଖୋଲାଯାଏ ସେତେବେଳେ ମୁଖ୍ୟ ପୂଜାରୀ ଦୁଇହାତରେ ଭରି କରି ଟଙ୍କା ବାହାର କରନ୍ତି ।

ଯାହା ହାତରେ ଯେତିକି ଟଙ୍କା ଆସିବ ସେ ଟଙ୍କା ଦରମା ଭାବେ ଗଣାଯିବ । ବଳକା ଟଙ୍କା ଓ ସୁନା ସବୁ ଲକରରେ ରଖାଗଲା । ବର୍ଷକୁ ୧୧ ଥର ମନ୍ଦିର ଭଣ୍ଡାର ଘର ଖୋଲାଯାଏ । ଗତ ୧୪ ତାରିଖରେ ମନ୍ଦିର ଭଣ୍ଡାର ଘର ଖୋଲାଯାଇଛି । ଯେଉଁଥିରେ ୭.୫୫ କୋଟି ଟଙ୍କା ଗଣାଯାଇଥିଲା ।

ଦାନ ଟଙ୍କା ଅଧା ଗଣତି କରାଯାଇଛି, ୧୭ ତାରିଖରୁ ପୁଣି ଗଣତି ଆରମ୍ଭ କରାଯିବ ।