fbpx

ଚାଲିଥିଲା ଫୁଟବଲ ମ୍ୟାଚ୍, ଭୁଶୁଡ଼ିପଡ଼ିଲା ଅସ୍ଥାୟୀ ଗ୍ୟାଲେରୀ: ଦେଖନ୍ତୁ ଭିଡିଓ…

କେରଳରେ ଏକ ସ୍ଥାନୀୟ ଫୁଟବଲ ମ୍ୟାଚ ସମୟରେ ବଡ଼ ଅଘଟଣ ଦେଖିବାକୁ ମିଳିଛି । ମ୍ୟାଚ ଚାଲୁଥିବା ସମୟରେ ଅସ୍ଥାୟୀ ଦର୍ଶକ ଗ୍ୟାଲେରୀ ହଠାତ୍ ଭାଙ୍ଗି ଯାଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୨୦୦ ଲୋକ ଆହତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ମଧ୍ୟ ହୋଇପଡ଼ିଥିଲେ । ସବୁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି ।

ସୂଚନା ଅନୁଯାୟୀ, ଏହି ଫୁଟବଲ ମ୍ୟାଚ୍ କଲିକାବୁର ପୂଂଗୋଡ ସ୍ଥିତ ଏଲପୀ ସ୍କୁଲ ଗ୍ରାଉଣ୍ଡରେ ହେଉଥିଲା । ଏହା ଅଲ ଇଣ୍ଡିଆ ସେଭେନ୍ସ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଥିଲା । ମଲ୍ଲପୁରମ ଜିଲ୍ଲାର ଅନେକ ଦର୍ଶକ ମ୍ୟାଚ ଦେଖିବାକୁ ଏଠାକୁ ଆସିଥିଲେ । ଆଉ ଏହି ଅସ୍ଥାୟୀ ଗ୍ୟାଲେରୀରେ ବସିଥିବା ସମୟରେ ଭାଙ୍ଗିଯାଇଥିଲା ଗ୍ୟାଲେରୀ । ପ୍ରାୟ ୩୦୦୦ ଦର୍ଶକ ମ୍ୟାଚ ଦେଖୁଥିଲେ ।

ଏହି ଦୁର୍ଘଟଣା ଶନିବାର ରାତି ପ୍ରାୟ ୯ଟା ସମୟରେ ଘଟିଥିଲା । କୁହାଯାଉଛି ଏହି ଅସ୍ଥାୟୀ ଗ୍ୟାଲେରୀରେ କ୍ଷମତାଠାରୁ ଅଧିକ ଲୋକ ବସିବା କାରଣରୁ ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.