fbpx

ଶ୍ରାବଣ ମାସରେ ନିଆଁରେ ଜଳୁଛି ଓଡ଼ିଶା

ଭୁବନେଶ୍ୱର, ୨୭ା୭(ଓଡ଼ିଶା ଭାସ୍କର): ବର୍ତ୍ତମାନ ଏବେ ଶ୍ରାବଣ ମାସ ଚାଲିଛି । ଏହି ସମୟରେ ଧାରା ବର୍ଷା ଲାଗି ରହିଥାଏ । କିନ୍ତୁ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷା ହେବା ବଦଳରେ ଅସହ୍ୟ ଖରାକୁ ତାତି ହେଉଛି । ଯେତିକି ପରିମାଣରେ ବର୍ଷା ହେବା କଥା ସେତିକି ପରିମାଣର ବର୍ଷା ହେଉ ନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ମଧ୍ୟ ଅନୁଭୂତ ହେଉଛି ।

ଏହାସହ ୧୫ଟି ସ୍ଥାନରେ ତାପମାତ୍ରା ୩୫ଡିଗ୍ରୀ ଥିବା ବେଳେ ଗଜପତି ଜିଲ୍ଳାର ପାରଳାଖେମୁଣ୍ଡିରେ ୩୭ ଡ଼ିଗ୍ରୀ ସେଲସିୟସ ସହ ସେଠାରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୫.୯ ଡ଼ିଗ୍ରୀ ଓ କଟକରେ ୩୬.୨% ଡିଗ୍ରୀ ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.