ଜମ୍ମୁ-କାଶ୍ମୀର ରଜୌରୀ ସେନା ଶିବିର ଉପରେ ଆତଙ୍କୀ ହମଲା, ଆତଙ୍କୀ ଗୁଳିରେ ଜଣେ ଯବାନ ଆହତ, ଗୁଳିବିନିମୟ ଜାରି

ଓଡିଶା ଭାସ୍କର: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାର ଗୁଣ୍ଡା ଖବାସ ଅଞ୍ଚଳରେ ଭାରତୀୟ ସେନା ଉପରେ ଆତଙ୍କୀ ହମଲା ହୋଇଛି । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ବଡଧରଣର ଏହି ଉଦ୍ୟମ ପଣ୍ଡ ହୋଇଛି । ବର୍ତ୍ତମାନ ମଧ୍ୟ ଉଭୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଭାରତୀୟ ସେନା ଆତଙ୍କବାଦୀଙ୍କ ଏହି ଗୁଳିବିନିମୟ ପରେ ଆତଙ୍କୀ ଅନିସନ୍ଧାନ ଅଭିଯାନକୁ ଜୋରସୋର କରିଥିବା ଜଣାପଡିଛି । ଆଜି ସକାଳୁ ସକାଳୁ ଏହି ଆକ୍ରମଣ କରିଥିଲେ ଆତଙ୍କବାଦୀ ।

ରକ୍ଷା ପ୍ରବକ୍ତା ଲେଫ୍‌ଟେନେଣ୍ଟ କର୍ଣ୍ଣଲ ସୁନିଲବର୍ତ୍ତବାଲ ଏହି ଆକ୍ରମଣକୁ ନେଇ କହିଛନ୍ତି ଯେ ରଜୌରୀରେ ସେନା ଉପରେ ଆତଙ୍କୀଙ୍କ ଦ୍ୱାରା ହୋଇଥିବା ଏକ ବଡଧରଣର ଆକ୍ରମଣ ଉଦ୍ୟମକୁ ସଫଳ ହେବାକୁ ଦିଆଯାଇ ନାହିଁ । ପ୍ରବକ୍ତା କହିଛନ୍ତି, ଗୁଳିବିନିମୟ ଏବେ ବି ଜାରି ରହିଛି ।

ଏହି ଆକ୍ରମଣ ଏମିତି ସମୟରେ ହୋଇଛି ଯେତେବେଳେ କିଛି ଦିନ ପୂର୍ବରୁ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପୁଲିସ ମୁଖ୍ୟାଳୟରେ ଜମ୍ମୁ-କାଶ୍ମୀର ପୁଲିସ, ଅର୍ଧସୈନିକ ବଳ ଓ ଗୁଇନ୍ଦା ସଂସ୍ଥା ସହ ସଂଯୁକ୍ତ ସୁରକ୍ଷା ବୈଠକ କରିଥିଲେ । ସେପେଟ ଡୋଡାରେ ମଧ୍ୟ ଗୁରୁବାର ଦିନ ସେନାର ଦୁଇ ଜଣ ଯବାନ ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିଲେ ।ସେହିଦିନ ରାତି ପ୍ରାୟ ୨ ଟା ସମୟରେ ଆତଙ୍କବାଦୀମାନେ ବାଟା ଗାଁରେ ନିର୍ମିତ ଏକ ଅସ୍ଥାୟୀ ଶିବିର ଉପରେ ଆକ୍ରମଣ କରିଥିଲେ । ଗମ୍ଭୀର ରୂପରେ ଜଣେ ସୁରକ୍ଷାକର୍ମୀ ଏଥିରେ ଘାଇଲା ହୋଇ ହେଲିକେପ୍ଟର ଯୋଗେ ଉଧମପୁର ହସ୍ପିଟାଲକୁ ଯାଇଥିଲେ ।

Get real time updates directly on you device, subscribe now.