fbpx

ପୋଲିସ ଉପରକୁ ଆତଙ୍କବାଦୀ ଆକ୍ରମଣ, ସିସିଟିଭିରେ କଏଦ ଦୃଶ୍ୟ

ଶ୍ରୀନଗର,୧୯ ।୨: ଶ୍ରୀନଗରରେ ପୋଲିସ କ୍ୟାମ୍ପ ଉପରକୁ ହୋଇଛି ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀମାନେ ପୁଣି ଥରେ ପୋଲିସକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ଦେହରେ ଚାଦର ଘୋଡୋଇ ଆସିଥିବା ଜଣେ ଆତଙ୍କବାଦୀ କରିଥିଲା ଅନ୍ଧାଧୂନ୍ ଗୁଳି । ଶ୍ରୀନଗର ବଘତ ବର୍ଜୁଲାର ଅଞ୍ଚଳରେ ଆତଙ୍କବାଦୀ ଜଣକ ହଠାତ୍ ଚାଦର ଖୋଲି ଏକେ-୪୭ ରାଇଫଲରୁ ପୋଲିସକର୍ମୀଙ୍କ ଉପରକୁ ଗୁଳିବର୍ଷା ଆରମ୍ଭ କରିଥିଲା । ଏହି ଗୁଳିକାଣ୍ଡରେ ୨ ପୋଲିସ କର୍ମୀ ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସହିଦ ଯବାନ ୨ ଜଣ ସୋହେଲ ଅହମଦ ଓ ମହମ୍ମଦ ୟୁସୁଫ ଜମ୍ମୁ-କାଶ୍ମୀର ଅଞ୍ଚଳର ପୋଲିସ ଥିଲେ ।

ତେବେ ୩ ସେକେଣ୍ଡ ମଧ୍ୟରେ ଗୁଳି କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଆତଙ୍କୀ । କିନ୍ତୁ ଏହି ଆତଙ୍କୀ ଆକ୍ରମଣ ସିସିଟିଭିରେ କଏଦ୍ ହୋଇଛି । ଆତଙ୍କବାଦୀକୁ ଚିହ୍ନଟ କରାଯାଉଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

Get real time updates directly on you device, subscribe now.