fbpx

ଘାଟିରେ ପୁଣି ଫୁଟିଲା ଗୁଳି, ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ ASI ଶହିଦ

ନୂଆଦିଲ୍ଲୀ: ପୁଣି ଆତଙ୍କୀ ହମଲା ଥରିଲା ଜମ୍ମୁ କାଶ୍ମୀର ଶ୍ରୀନଗର ଘାଟି । ବ୍ୟସ୍ତବହୁଳ ଅଞ୍ଚଳ ଲାଲ ବଜାର ନିଟରେ ପୋଲିସ ଦଳ ଉପରକୁ ଆତଙ୍କବାଦୀମାନେ ଲଗାତାର ଫାୟାରିଂ କରିଥିଲେ । ଏଥିରେ ଜଣେ ଏଏସଆଇ ଶହିଦ ହୋଇଛନ୍ତି । ଯେତେବେଳେକି ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା କରାଯାଉଛି । ସେପଟେ ସେନା ଏବଂ ପୋଲିସ୍ ଟିମ୍ ଅଞ୍ଚଳକୁ ଘେରାବନ୍ଦୀ କର ଆତଙ୍କୀଙ୍କ ସନ୍ଧାନ ଜାରି ରଖିଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି ଲାଲ୍ ବଜାର ନିକଟରେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ ଏଏସଆଇ ମୁସ୍ତାକ ଅହମ୍ମଦ ଶହୀଦ ହୋଇଛନ୍ତି । ଅଧିକାରୀଙ୍କ କହିବା ଅନୂଯାୟୀ, ଲାଲ ବଜାର ସ୍ଥିତ ଜିଡି ଗୋଏଙ୍କା ସ୍କୁଲ ବାହାରେ ପୋଲିସ ନାକାବନ୍ଦୀ ରହିଥିଲା । ଆଉ ଏଠାରେ ଉପସ୍ଥିତ ଥିବା ପୋଲିସକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।

ଅଧିକାରୀ କହିଛନ୍ତି ପୋଲିସ ଆକ୍ରମଣକୁ ପଣ୍ଡ କରିବାରେ ସଫଳ ହୋଇଥିଲା କିନ୍ତୁ ଆକ୍ରମଣକାରୀ ଖସିପଳାଇବାରେ ସକ୍ଷମ ହୋଇଥିଲେ । ସେପଟେ ସୂଚନା ପାଇବା ପରେ ସେନା ଏବଂ ପୋଲିସ ଟିମ୍ ଅଞ୍ଚଳକୁ ଘେରାବନ୍ଦୀ କରି ସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.