ପୋଲିସ ଇନଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା, ଜାରି କଲେ ମାଓ ପୋଷ୍ଟର

ଭୁବନେଶ୍ବର: ପୁଣି ନିଜର ଦବଦବା ଜାହିର କରିଛନ୍ତି ମାଓବାଦୀ । ବିଜେପି କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଛତିଶଗଡ ବିଜାପୁରରେ ବିଜେପି କର୍ମୀଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡିଛି । ତେବେ ହତ୍ୟା ପରେ ମାଓ ପୋଷ୍ଟର ଜବତ କରାଯାଇଛି। ଖବର ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମୃତ ବିଜେପି କର୍ମୀ ମାଣ୍ଡେରାମ ଫୁଡିଆମୀ ।

ସୂଚନା ଅନୁସାରେ, ମାଓବାଦୀମାନେ ବିଜେପି କର୍ମୀଙ୍କୁ ହତ୍ୟା କରିବା ଏହା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଦୁଇ ତିନି ବିଜେପି କର୍ମୀଙ୍କୁ ଛତିଶଗଡରେ ମାଓବାଦୀମାନେ ହତ୍ୟା କରିଛନ୍ତି । ଯେତେବେଳେ ନୂଆ ସରକାର ସାମ୍ନାକୁ ଆସିଲେ ସେତେବେଳେ ମାଓ ଦମନକୁ ବଢାଇ ଦିଆ।ଯାଇଥିଲା । ଗତ କିଛି ମାସ ଭିତରେ 150ରୁ ଅଧିକ ମାଓବଦୀଙ୍କୁ ନିହତ କରାଯାଇଛି । ତେବେ ମାଣ୍ଡେରାମଙ୍କୁ ମାଓବାଦୀମାନେ ଘରକୁ ଆସି ଉଠାଇ ନେଇଥିଲେ । ଏହାପରେ ଏକ ପ୍ରଜାକୋର୍ଟ କରି ତାଙ୍କୁ ହତ୍ୟା କରିଥିଲେ । ବିଜେପି କର୍ମୀମାନେ ପୋଲିସ ଇନଫରମର ଭାବେ କାର୍ଯ୍ୟ କରୁଥିବା ଏକ ପୋଷ୍ଟର ମଧ୍ୟ ଛାପିଛନ୍ତି । ଏଭଳି କାମ କରୁଥିବା ବ୍ୟକ୍ତିଙ୍କୁ ଦଳ ଛାଡିବା ପାଇଁ ମଧ୍ୟ ସେମାନେ କହିଛନ୍ତି। ଏହା ଏକ ଧମକପୂର୍ଣ୍ଣ ପୋଷ୍ଟର କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ମାଓଗଡ ଭାଙ୍ଗୁଥିବା ବେଳେ ଏଭଳି କାମ କରି ନିଜର ଦବଦବା ଜାହିର କରିଛନ୍ତି ।