fbpx

ଚାନ୍ଦିପୁରରେ ‘ନିର୍ଭୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ‘ନିର୍ଭୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଲଞ୍ଚପ୍ୟାଡ-୩ରୁ ୧୦ଟା ୪୩ରେ ‘ନିର୍ଭୟ’ର ପରୀକ୍ଷଣ ହୋଇଥିବା ସୂଚନା ମିଳିଛି ।

ତେବେ ଦୂରଗାମୀ ସବ୍ସୋନିକ କ୍ରୁଜ କ୍ଷେପଣାସ୍ତ୍ର ହେଉଛି ‘ନିର୍ଭୟ’ । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଥିବା ବେଳେ ଏହା ୨ କ୍ୱିଣ୍ଟାଲ ଯାଏ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ।

Get real time updates directly on you device, subscribe now.