fbpx

କାଲିଠାରୁ ୩ଟି ଜିଲ୍ଲାର ଟେଷ୍ଟିଂ, ଟିକାକରଣ ବନ୍ଦ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ କାଲିଠାରୁ ୩ଟି ଜିଲ୍ଲାରେ କୋଭିଡ ଟେଷ୍ଟିଂ ଓ ଟିକାକରଣ ବନ୍ଦ ହେବ । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ବାତ୍ୟା ୟଶ ପାଇଁ ୨୫ରୁ ୨୭ ତାରିଖ ଯାଏ ଟେଷ୍ଟିଂ ଓ ଟିକାଦାନ ବନ୍ଦ ରହିବ । ଏହା ସହ ଘର ଘର ବୁଲି ଚାଲିଥିବା ସ୍ୱାସ୍ଥ୍ୟ ସର୍ଭେ ମଧ୍ୟ ବନ୍ଦ ରଖିବକେୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ୩ଟି ଜିଲ୍ଲା ଯଥା- କେନ୍ଦ୍ରାପଡା ଜଗତସିଂହୁପର ଓ କେନ୍ଦୁଝରରେ ସ୍ଥିତିକୁ ଦେଖି ବନ୍ଦ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ତେବେ ସାମୁଦ୍ରିକ ବାତ୍ୟା ୟଶ୍ ଆସନ୍ତା ୨୬ ତାରିଖରେ ଲ୍ୟାଣ୍ଡଫଲ୍ କରିବ । ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ ୟଶ ୭ କିମି ବେଗରେ ଆଗଉଛି । ମେ’ ୨୬ ସକାଳେ ଓଡିଶା-ପଶ୍ଚିମବଙ୍ଗ ଉପକୂଳର ନିକଟତର ହେବ ବାତ୍ୟା । ମେ ୨୬ ମଧ୍ୟାହ୍ନ ସୁଦ୍ଧା ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ୟଶ । ବାଲେଶ୍ୱର ପାଖାପାଖି ସ୍ଥଳଭାଗ ଛୁଇଁପାରେ ଭୟଙ୍କର ଘୂର୍ଣ୍ଣିଝଡ ୟଶ । ଓଡ଼ିଶାର ୫ଟି ଜିଲ୍ଲା ଉପରେ ଏହ ପ୍ରକୋପ ଅଧିକ ରହିବ ବୋଲି ଆଇଏମ୍‌ଡ଼ି ଆକଳନ କରିଛି। ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ବେଳେବେଳେ ଝଟକା ପବନର ବେଗ ୧୮୫ କିମି ରହିବ । ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ପାରାଦୀପଠାରୁ ୪୯୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା ‘ୟଶ’ । ସେହିପରି ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବର ୮୯୦ କିମି ଦୂରରେ ରହିଥିବା ବେଳେ ଦୀଘାଠାରୁ ୫୮୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି ୟଶ ।

Get real time updates directly on you device, subscribe now.