fbpx

(Video) ସେଦିନ ଅଟକି ଯାଇଥିଲା ମହାପ୍ରଭୁଙ୍କ ରଥ: ବାରମ୍ବାର ଭାଙ୍ଗୁଥିଲା ରଥ, ଛିଡିଲା ଦଉଡି, ମାସେ ଧରି ହୋଇଥିଲା ରଥଯାତ୍ରା

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନନ୍ଦିଘୋଷଣା ବସି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ସାଙ୍ଗରେ ବଡ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ଭକ୍ତଙ୍କ ଗହଳିରେ ଯିବେ ମଦନମୋହନ । ଏଥିପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡଦାଣ୍ଡ । ପ୍ରତିବର୍ଷ ଭକ୍ତଙ୍କ ଦୁଃଖ ବୁଝିବା ପାଇଁ ରତ୍ନ ସିଂହାସନ ଛାଡି ୯ ଦିନ ପାଇଁ ବଡଦାଣ୍ଡକୁ ବିଜେ କରିବେ ଲୀଳାମୟ ଠାକୁର । କିନ୍ତୁ କିଛି ବର୍ଷ ପୂର୍ବେ ଭଗବାନଙ୍କର ଏହି ନବଦିନାତ୍ମକ ଯାତ୍ରା ୯ ଦିନ ପରିବର୍ତ୍ତେ ଏକ ମାସରୁ ଅଧିକ ଚାଲିଥିଲା । ମାସାଧିକ ପର୍ଯ୍ୟନ୍ତ ବଡଦାଣ୍ଡରେ ଅଟକି ରହିଥିଲା ନନ୍ଦିଘୋଷ ।

ବର୍ଷ ଥିଲା ୧୯୦୨ । ଏହି ବର୍ଷ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ଘଟିଥିଲା ଅନେକ ବାଧା ବିଘ୍ନ । ଛଡି ଯାଇଥିଲା ନନ୍ଦିଘୋଷ ରଥର ଦଉଡି ଆଉ ଭାଙ୍ଗି ଯାଇଥିଲା ନନ୍ଦିଘୋଷ । ଆଉ ଗୁଣ୍ଡିଚା ଅଭିମୁଖେ ବାହାରିଥିବା ଏହି ରଥ ଅଧା ବାଟରେ ହିଁ ଅଟକି ରହିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଏହି ବର୍ଷ ଜୁଲାଇ ୫ ତାରିଖରେ ଆରମ୍ଭ ହୋଇଥିବା ଏହି ପବିତ୍ର ଘୋଷଯାତ୍ରା ଅଗଷ୍ଟ ୯ ତାରିଖରେ ସମ୍ପନ୍ନ ହୋଇଥିଲା । ଗୁଣ୍ଡିଚା ମନ୍ଦିର ଯିବା ବାଟରେ ବାରମ୍ବାର ଅଟକି ରହିଥିଲା ଶ୍ରୀଜଗନ୍ନାଥଙ୍କ ରଥ । ରଥର ଚକା ଭାଙ୍ଗିଲା ବାରମ୍ବାର । ରଥର ଦଉଡି ବି ଛିଡ଼ିଥିଲା ବାରମ୍ବାର । ଲାଗୁଥିଲା ଯେମିତି ମହାପ୍ରଭୁ ଶ୍ରୀମନ୍ଦିରକୁ ଲେଉଟି ବାକୁ ଚାହୁଁନଥିଲେ । ସେ ସେହି ରଥ ଉପରେ ହିଁ ଅଟକି ରହିବାକୁ ଚାହୁଁଥିଲେ । ଲାଗୁଥିଲା କି ଅନୀତି ଅତ୍ୟାଚାର ବଢ଼ିଥିବାରୁ ବୋଧ ହୁଏ କାଳିଆ ସାହାନ୍ତ ମନ୍ଦିର ଭିତରକୁ ଯିବାକୁ ଚାହୁଁ ନାହାଁନ୍ତି । ଆଉ ସେଥିପାଇଁ ଏମିତି ରଥ ଆଗକୁ ଗଡ଼ୁନାହିଁ । ଯାହାପରେ ଭକ୍ତମାନେ ଡାକିଥିଲେ କାଳିଆକୁ ଆଉ କହିଥିଲେ କି କାଳିଆ ତୁ ଆଉ ଏମିତି ହନା । ତୋ ରଥକୁ ଆଗକୁ ଗଡ଼ିବାକୁ ଦେ । ସେହି ବର୍ଷ ଲୋକ ବି ରଥକୁ ଟାଣି ଟାଣି ହାଲିଆ ହୋଇଯାଇଥିଲେ । ଲୋକେ ରଥ ଟାଣିବା ପାଇଁ ଅଭାବ ପଡ଼ିଯାଇଥିଲେ ।

ସେଦିନ କିଛି ଏମିତି ଥିଲା । ଚକ୍ରବୁଲା ଏକାଦଶୀ ପୂର୍ପରୂ ଦୁଇଟି ଯାକ ରଥ ଗଡ଼ିବା ଆରମ୍ଭ ହୋଇଥିଲା । ହେଲେ କାଳିଆର ରଥ ଅଟକି ରହିଗଲା । କାରଣ ନନ୍ଦିଘୋଷ ରଥର ଦୁଇଟି ଚକା ଭାଙ୍ଗିଯାଇଥିଲା । ଯାହାପରେ ସେହି ସବୁ ଚକାକୁ ସଜାଡିବା ଓ ଇଞ୍ଜିନିୟରଙ୍କ ଠାରୁ ପ୍ରମାଣପତ୍ର ପାଇବା ପରେ ରଥ ଟଣା ଆରମ୍ଭ ହେବା ବେଳକୁ ୩ରୁ ୪ଦିନବିତିଯାଇଥିଲା । ହେଲେ ଏତିକିରେ ସରିନଥିଲା ଅଘଟଣା । ଚକା ସିନା ସଜଡ଼ା ହୋଇଗଲା ହେଲେ ବାରମ୍ବାର ବାଲିରେ ପୋତି ହୋଇ ମୋଡ଼ି ହୋଇଯାଉଥିଲା । ଯାହାପରେ ତତକାଳିନ ମହାରାଜାଙ୍କର ୫ଶହ ବେଠିଆ ୩ଟଙ୍କା ଲେଖାଏଁ ଖୁରାକି ନେଇ ରଥଟଣା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ତଥାପି ସମସ୍ୟା ସରିନଥିଲା । କାରଣ ବର୍ଷା କାରଣରୁ ବାରମ୍ବାର ରଥ ଦଉଡ଼ି ଛିଡ଼ିବାକୁ ଲାଗିଥିଲା । ୧୯୦୨ ମସିହାରେ ଶ୍ରୀ ବିଗ୍ରହ ଗୁଣ୍ଡିଚା ମନ୍ଦିର ଜଗମୋହନରେ ଚିତାଲାଗି ପର୍ଯ୍ୟନ୍ତ ରହିଥିଲେ । ପୂର୍ବରୁ ଏଭଳି ବିଭ୍ରାଟ କେବେ ହେଲେ ଦେଖିବାକୁ ମିଳିନଥିଲା । ଆଉ ସେଥିପାଇଁ ସେହି ବର୍ଷା ଚିତାଲଗି ମଧ୍ୟ ବନ୍ଦ ରହିଥିଲା ।

Get real time updates directly on you device, subscribe now.