fbpx

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଟ୍ୱିଟ କରି ସମସ୍ତଙ୍କର କଲେ ମଙ୍ଗଳ କାମନା

ନୂଆଦିଲ୍ଲୀ: ପବିତ୍ର ରଥଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ ମାଧ୍ୟମରେ ସେ ରଥଯାତ୍ରାର ଶୁଭେଚ୍ଛା ସମସ୍ତଙ୍କୁ ଜଣାଇଛନ୍ତି । ସେ ଲେଖିଛନ୍ତି ଯେହେତୁ ଆମେ ଏହି ପବିତ୍ର ଉତ୍ସବ ପାଳନ କରୁ, ମହାପ୍ରଭୁ ଜଗନ୍ନାଥଙ୍କ ଏହି ଐଶ୍ୱରୀୟ ଯାତ୍ରା ଆମ ଜୀବନକୁ ସୁସ୍ଥ, ସୁଖ ଏବଂ ଆଧ୍ୟାତ୍ମିକ ସମୃଦ୍ଧରେ ପରିପୂର୍ଣ୍ଣ କରିବ ।

ଆଜି ଗୁଜୁରାଟ ଅହମ୍ମଦା ଠାରେ ମଧ୍ୟ ବହୁ ଆଡମ୍ବର ସହ ପାଳନ ହେବ ରଥଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଥଯାତ୍ରା ଲାଗି ଗତକାଲି ସେଠାକୁ ଭୋଗ ପଠାଇଛନ୍ତି । ଆଜି ରଥରେ ମଙ୍ଗଳ ଆରତୀ କରିବେ ଗୃହମନ୍ତ୍ର ଅମିତ ଶାହ । ଆଜି ପୁରୀରେ ରଥଯାତ୍ରା ନେଇ କଡା ବ୍ୟବସ୍ଥା ଲାଗୁ କରାଯାଇଛି । ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ତେବେ ରଥକୁ ୩ ଠାକୁର ଆସିବା ନେଇ ଅନେକ ପ୍ରକାର ନୀତି ନିୟମ ପାଳିତ ହେଉଛି । ଆଉ କିଛି ସମୟ ମଧ୍ୟରେ ପହଣ୍ଡି ବିଜେ କରିବେ ମହାପ୍ରଭୁ । ବର୍ତ୍ତମାନ ବାହାରେ ଅନେକ ନୃତ୍ୟ ଶିଳ୍ପୀ ମହାପ୍ରଭୁଙ୍କ ଏହି ପବିତ୍ର ଉତ୍ସବରେ ଖୁସିରେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଛନ୍ତି ।

Get real time updates directly on you device, subscribe now.