ଆଜିଠୁ ଆରମ୍ଭ ହେବ ୩୫ତମ କୋଣାର୍କ ଉତ୍ସବ, ଶାସ୍ତ୍ରୀୟ ନୃତ୍ୟରେ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ୩୫ତମ କୋଣାର୍କ ଉତ୍ସବ। ଏଥିପାଇଁ ଆରମ୍ଭ ହୋଇସାରିଛି ସାଜସଜା। ଏହି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ କୋଣାର୍କ ଉତ୍ସବମୁଖର ହୋଇଉଠିଛି। ତେବେ ଦେଶର କଳା ସଂସ୍କୃତିର ପ୍ରଚାର ଏବଂ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ଏହି ଆନ୍ତର୍ଜାତୀୟ ବାଲୁକା କଳା ଆରମ୍ଭ ହୋଇଥିଲା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ସାଙ୍ଗକୁ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ।

ଚଳିତ ବର୍ଷ ଆମେରିକା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ,ବେଲାରୁଷ ଆଦି ୬ ଟି ଦେଶର ବିଦେଶୀ ଶିଳ୍ପୀଙ୍କ ସମେତ ରାଜ୍ଯ ବାହାରୁ ସମୁଦାୟ ୧୦୦ରୁ ଅଧିକ ବାଲୁକା ଶିଳ୍ପୀ ବାଲୁକା କଳା ପ୍ରଦର୍ଶନ କରିବେ । ସମୁଦାୟ ୩୮ଟି ଷ୍ଟଲରେ ବାଲୁକା କଳା ପ୍ରଦର୍ଶନ କରାଯିବ । କୋଣାର୍କ ଉତ୍ସବ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପକ୍ଷରୁ ପରିମଳ ବ୍ୟବସ୍ତା, ପାନୀୟ ଜଳ ଯୋଗାଣ , ପାର୍କିଂ ଓ ମୀନା ବଜାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।