ଅଭିନେତାଙ୍କୁ ମିଳିଥିଲା ‘ଶସ୍ତା ଗୋବିନ୍ଦା’ ଟ୍ୟାଗ୍‌, ଏହି କାରଣ ପାଇଁ ବୁଡ଼ିଲା କ୍ୟାରିୟର

ମୁମ୍ବାଇ: ବଲିଉଡରେ ଏମିତି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଫିଲ୍ମ କରିବା ପରେ ଲାଇମଲାଇଟରୁ ଦୂରେଇଯାଇଛନ୍ତି । ଗୋଟିଏ ସମୟରେ ଏହି ଅଭିନେତା ଜଣଙ୍କ ଫିଲ୍ମି ଦୁନିଆରେ ବହୁତ ଲୋକପ୍ରିୟ ଥିଲେ । ‘ଇମାନଦାର’, ‘ପରମ ଧରମ’, ‘ସୌଦା’, ‘ସାଜନ କି ବାହୋଁ ମୈ’, ‘ନ୍ୟାୟ ଅନ୍ୟାୟ’, ‘ନାଗ ମଣି’ ଭଳି ଅନେକ ଫିଲ୍ମରେ ଅଭିନୟର ଜଲୱା ଦେଖାଇଥିଲେ । କିନ୍ତୁ ତାଙ୍କ କ୍ୟାରିୟରେ ଏମିତି ମୋଡ଼ ବଦଳିଲା କି ସେ ଧିରେ ଧିରେ ସେ ଅଭିନୟ ଠାରୁ ଦୂରେଇ ଗଲେ ।

ଫିଲ୍ମି ଦୁନିଆରେ ଏପରି ଅନେକ କାହାଣୀ ଶୁଣିବାକୁ ମିଳିଥାଏ ଯେତେବେଳେ ଦୁଇ ଜଣ ନବାଗତ ଏକା ସଙ୍ଗେ ନିଜ କ୍ୟାରିୟର ଆରମ୍ଭ କରିଥାନ୍ତି । ଏଥିମଧ୍ୟରୁ ଜଣଙ୍କୁ କ୍ୟାରିୟରରେ ସଫଳତା ମିଳୁଥିବା ବେଳେ ଅନ୍ୟଜଣଙ୍କୁ ଫିଲ୍ମ ଅଫର ମିଳିବା ବନ୍ଦ ହୋଇଯାଇଥାଏ । ଏମିତି କିଛି ଘଟିଥିଲା ସୁମିତ ସେହଗଲଙ୍କ ସହ । ସେ ଦେଖିବାକୁ କିଛି କିଛି ଗୋବିନ୍ଦାଙ୍କ ପରି । ସେଥିପାଇଁ ଲୋକମାନେ ତାଙ୍କୁ ‘ଶସ୍ତା ଗୋବିନ୍ଦା’ର ଟ୍ୟାଗ୍ ଦେଇଥିଲେ । ୧୯୮୭ରେ ସୁମିତ ସେହଗଲ ‘ଇନସାନୀୟତ କେ ଦୁଶମନ୍‌’ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏହି ଫିଲ୍ମ କିଛି ଖାସ୍ କମାଲ କରିନଥିଲା । ପରେ ୧୯୮୭ରୁ ୧୯୯୫ ପର୍ଯ୍ୟନ୍ତ ସୁମିତ ପ୍ରାୟ ୩୦ଟି ଫିଲ୍ମରେ କାମ କରିଥିଲେ । ତାଙ୍କ ଅଭିନୟ ଶୈଳୀକୁ ଦର୍ଶକ ପସନ୍ଦ କରିଥିଲେ । ଏହା ପରେ ତାଙ୍କୁ ଫିଲ୍ମ ଅଫର ମିଳିବାକୁ ଲାଗିଲା । ୧୯୮୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ତମାଚା’ ଏକ ମଲ୍ଟି ଷ୍ଟାରର ଫିଲ୍ମ ଥିଲା । ଏହି ଫିଲ୍ମ ନିର୍ମାତାମାନେ ହିରୋ ଭୂମିକା ପାଇଁ ପ୍ରଥମେ ଗୋବିନ୍ଦାଙ୍କ ପାଖକୁ ଅଫର ନେଇ ଯାଇଥିଲେ । କିନ୍ତୁ ତାଙ୍କ ପାଖରେ ସମୟ ଅଭାବ ଯୋଗୁ ସେ ମନା କରିଦେଇଥିଲେ । ଏହା ପରେ ଗୋବିନ୍ଦାଙ୍କ ସ୍ଥାନରେ ଫିଲ୍ମରେ ସୁମିତଙ୍କୁ କାଷ୍ଟ କରାଯାଇଥିଲା । ସେ କିଛି କିଛି ଗୋବିନ୍ଦାଙ୍କ ପରି ଦେଖାଯାଉଥିଲେ । ଏହା ପରେ ଚର୍ଚ୍ଚା ହେଲା କି ଗୋବିନ୍ଦାଙ୍କ ପାଖରେ ଫିଲ୍ମ କରିବା ପାଇଁ ସମୟ ନଥିଲେ ଫିଲ୍ମ ନିର୍ମାତାମାନେ ସୁମିତଙ୍କୁ କାଷ୍ଟ କରୁଛନ୍ତି । ଲୋକମାନେ ତାଙ୍କୁ ‘ଶସ୍ତା ଗୋବିନ୍ଦା’ର ଟ୍ୟାଗ୍ ଦେଇଥିଲେ । ଏହା ପରେ ସୁମିତ ଅନେକ ମଲ୍ଟିଷ୍ଟାରର ଫିଲ୍ମରେ ନଜର ଆସିଥିଲେ କିନ୍ତୁ ସେ ମୁଖ୍ୟ ଭୂମିକାରେ ନଜର ଆସିନଥିଲେ । ସେହି ସମୟରେ ଗୋବିନ୍ଦା ଜଣେ ଉଦୀୟମାନ କଳାକାର ଭାବେ ନିଜ ପରିଚୟ ସୃଷ୍ଟି କରୁଥିଲେ । ଏହା ପରେ ତାଙ୍କୁ ବିଭିନ୍ନ ଫିଲ୍ମର ଅଫର ମିଳିବା ଆରମ୍ଭ ହେଲା ଏବଂ ତାହା ହିଟ୍ ମଧ୍ୟ ହେଉଥିଲା । ଏହା ପରେ ସୁମିତଙ୍କୁ ଫିଲ୍ମ ଅଫର ମିଳିବା କମିଯାଇଥିଲା । ସେ ଧିରେ ଧିରେ ଫିଲ୍ମ ଦୁନିଆରୁ ଦୂରେଇ ଗଲେ ଏବଂ ନିଜର ଏକ କମ୍ପାନୀ ଖୋଲିଲେ । ବର୍ତ୍ତମାନ ସେ ଜଣେ ଫିଲ୍ମ ପ୍ରଯୋଜକ ।