fbpx

ବନ୍ଦ ହେବନି ଗରିବଙ୍କ ସାହାରା ସାଜିଥିବା ‘ଆହାର କେନ୍ଦ୍ର’…..

ଓଡିଶା ଭାସ୍କର: ପୂର୍ବତନ ସରକାର, ମାନେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗରିବଙ୍କ କଲ୍ୟାଣ ପାଇଁ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଆହାର କେନ୍ଦ୍ର ଖୋଲାଯାଇଥିଲା । ପାଞ୍ଚ ଟଙ୍କା ଦେଇ ଜଣେ ସାଧାରଣ ବର୍ଗର ଲୋକ ବସଷ୍ଟାଣ୍ଡ, ହସ୍ପିଟାଲ ପରିସରରେ ଅତି ଆରାମରେ ଏହି ଆହାର କେନ୍ଦ୍ର ମାଧ୍ୟମରେ ଉପକୃତ ହୋଇଥାଏ । ଯାହା ବନ୍ଦ ହେବ ବୋଲି ଚର୍ଚ୍ଚା ହେଉଥିଲା ।

କିନ୍ତୁ, ଆହାର କେନ୍ଦ୍ର ବନ୍ଦ ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ବୁଲିଯାଇ ଏହା କହିଛନ୍ତି । ଫଳରେ ଗରିବ ଲୋକ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି । ତାଙ୍କର ସାହାର ସାଜିଥିବା ଆହାର କେନ୍ଦ୍ର ଆଉ ବନ୍ଦ ହେବ ନାହିଁ । ପୂର୍ବବତ୍ ଏହା କାର୍ଯ୍ୟ କରିବ । ସମସ୍ତେ ସହଜରେ ଓ ସୁବିଧାରେ ମୁଠାଏ ଅନ୍ନ ଗ୍ରହଣ କରି ଶାନ୍ତିରେ ଜିଇଁ ପାରିବେ ।

Get real time updates directly on you device, subscribe now.