fbpx

ସୁନ୍ଦରୀ ବ୍ରିଟିଶ ରାଜକୁମାରୀ ଦେଖିବେ ୱିମ୍ବିଲଡନ ପୁରୁଷ ଏକକ ଫାଇନାଲ ଫାଇଟ, ମୁହାଁମୁହିଁ ହେବେ କାର୍ଲୋସ- ଜୋକୋବିଚ..

ଓଡିଶା ଭାସ୍କର: ବ୍ରିଟେନ ରାଜକୁମାରୀ କେଟ ମିଡଲଟନ ଦେଖିବେ ୱିମ୍ବିଲଡନ ପୁରୁଷ ଏକକ ଫାଇନାଲ ଫାଇଟ । ଲଣ୍ଡନର ୱିମ୍ବିଲଡନ ଚାମ୍ପିଅନସିଫରେ ନୋବାକ ଜୋକୋବିଚ ଓ କାର୍ଲୋସ ଅଳ୍କାରେଜଙ୍କ ମ୍ୟାଚର ମଜା ନେବେ । ଆସନ୍ତାକାଲି ଏହି ପୁରୁଷ ଏକକ ଫାଇନାଲ ଖେଳାଯିବ । ମ୍ୟାଚ ପରେ ସେ ବିଜେତାଙ୍କୁ ଟ୍ରଫି ମଧ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣା ପଡିଛି । କେସିଙ୍ଗଟନ ପ୍ୟାଲେସ କାର୍ଯ୍ୟାଳୟରୁ ଏହା ଜଣାଯାଇଛି ।

କେସିଙ୍ଗଟନ ପ୍ୟାଲେସ ଏକ ବୟାନ ଦେଇ କହିଛି, ‘ୱେଲସର ରାଜକୁମାରୀ ତଥା ଅଲ ଇଂଲଣ୍ଡ ଲନ ଟେନିସ ଓ କ୍ରିକେଟ କ୍ଲବର ସଂରକ୍ଷକ ରବିବାର ୱିମ୍ବଲଡନ ଚାମ୍ପିଅନସିପର ଜେଣ୍ଟଲମେନ ସିଙ୍ଗଲ୍ସ ଫାଇନାଲରେ ଭାଗ ନେବେ’ ।

୪୨ ବର୍ଷୀୟ ରାଜକୁମାରୀଙ୍କ କ୍ୟାନ୍ସର ପରେ ଏହା ତାଙ୍କର ଦ୍ୱିତୀୟ ସାର୍ବଜନୀନ ଉପସ୍ଥିତ ହେବ । ଏହା ପୂର୍ବରୁ ସେ କିଙ୍ଗ ଚାର୍ଲସ ତୃତୀୟଙ୍କ ବାର୍ଷିକ ଜନ୍ମଦିନ ପ୍ୟାରେଡରେ ଶେଷଥର ପାଇଁ ଉପସ୍ଥିତ ଥିଲେ । ଦୀର୍ଘ ଦିନରୁ ଏହି ବ୍ରିଟିଶ ରାଜକୁମାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ଫଳରେ ସେ ସାର୍ବଜନୀନ ଭାବରେ ବହୁତ କମ୍ ନଜର ଆସୁଛନ୍ତି । ଏବେ ସେ କ୍ୟାନ୍ସର ପାଇଁ କେମୋଥେରାପି ନେଉଛନ୍ତି ।

Get real time updates directly on you device, subscribe now.