fbpx

ପିକନିକ୍ ହେଲା କାଳ: ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ଗଡ଼ିଆ ଭିତରୂ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର ନିକଟ ଏକ ଗଡ଼ିଆରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଖବର ପାଇଁ ଉଭୟ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଉଦ୍ଧାର କରିଛନ୍ତି । ୨ ମୃତଦେହ ସହ ପାଣି ଭିତରୁ ଗୋଟିଏ ବାଇକ୍ ମିଳିଛି । ମୃତକ ୨ ଜଣ ପାଟକୁରା ଥାନା ତଳଗାଁର ହୋଇଥିବା ସୂଚନା ରହିଛି । କାଲି ପିକନିକ୍ ପାଇଁ ଯାଇ ସେ ଆଉ ଘରକୁ ଫେରିନଥିଲେ । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଘଟଣା ବିଷୟରେ ଅଧିକ ଜାଣିବାକୁ ପୋଲିସ ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.