କିଡନୀ ଖରାପ ହେଲେ ଶରୀର ଦେଖାଦିଏ ଏହିସବୁ ସଙ୍କେତ, କରନ୍ତୁ ନାହିଁ ଅଣଦେଖା

କିଡନୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ରକ୍ତ ପରିଶୋଧନ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। କିଡନୀ ଖରାପ ହେବାରେ ଲାଗିଲେ ଶରୀର କିଛି ସଙ୍କେତ ଦେଇଥାଏ, ଯାହାକୁ ଅଣଦେଖା କଲେ ଗୁରୁତର ସମସ୍ୟା ଦେଖାଦେଇପାରେ।

କିଡନୀ ଖରାପର ଲକ୍ଷଣ:
ଥକାଣ ଓ ଦୁର୍ବଳତା: କିଡନୀ ଠିକ୍‌ କାମ ନକଲେ ଶରୀରରେ ବିଷାକ୍ତ ପଦାର୍ଥ ଜମାହୁଏ, ଯାହା ଥକାଣ ଓ ଦୁର୍ବଳତା ସୃଷ୍ଟି କରେ।

ମୂତ୍ରରେ ପରିବର୍ତ୍ତନ: ମୂତ୍ରର ରଙ୍ଗ ଅସ୍ୱାଭାବିକ (ଝାଉଳିଆ, ରକ୍ତମିଶା ବା ଗାଢ଼), କମ୍‌ ବା ଅଧିକ ମୂତ୍ର ହେବା କିମ୍ବା ରାତିରେ ବାରମ୍ବାର ମୂତ୍ର ହେବା କିଡନୀ ସମସ୍ୟାର ସଙ୍କେତ।

ଫୁଲା ବା ସୋଜା: କିଡନୀ ଅକ୍ଷମ ହେଲେ ଶରୀରରେ ଅତିରିକ୍ତ ଜଳ ଜମାହୁଏ, ଯାହା ପାଦ, ଆଙ୍ଗୁଠି, ମୁହଁ ବା ଆଖିତଳେ ଫୁଲା ସୃଷ୍ଟି କରେ।

ଚର୍ମରେ କୁଣ୍ଡେଇ ଓ ଶୁଷ୍କତା: ଶରୀରରେ ବିଷାକ୍ତ ପଦାର୍ଥ ଜମାହେବା କାରଣରୁ ଚର୍ମ ଶୁଖିଲା ଲାଗେ ଓ କୁଣ୍ଡେଇ ହୁଏ।

ଉଚ୍ଚ ରକ୍ତଚାପ: କିଡନୀ ରକ୍ତଚାପ ନିୟନ୍ତ୍ରଣରେ ସାହାଯ୍ୟ କରେ। ଖରାପ ହେଲେ ରକ୍ତଚାପ ବୃଦ୍ଧି ପାଇପାରେ।

କ୍ଷୁଧା ହ୍ରାସ ଓ ବାନ୍ତି: ଶରୀରରେ ବିଷାକ୍ତ ପଦାର୍ଥ ଜମାହେବା କାରଣରୁ ଭୋକ କମେ ଓ ବାନ୍ତି ହୋଇପାରେ।

ପିଠି ବା ପେଟରେ ଯନ୍ତ୍ରଣା: କିଡନୀରେ ସମସ୍ୟା ହେଲେ ପିଠିର ତଳ ଭାଗରେ ବା ପେଟରେ ଯନ୍ତ୍ରଣା ଅନୁଭବ ହୁଏ।

କ’ଣ କରିବେ?
ଯଦି ଏହି ଲକ୍ଷଣଗୁଡ଼ିକ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ରକ୍ତ ଓ ମୂତ୍ର ପରୀକ୍ଷା ମାଧ୍ୟମରେ କିଡନୀର ଅବସ୍ଥା ଜଣାପଡ଼ିପାରେ। ସଠିକ୍‌ ଖାଦ୍ୟପେୟ, ପର୍ଯ୍ୟାପ୍ତ ଜଳ ପାନ ଓ ନିୟମିତ ବ୍ୟାୟାମ କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଅତିରିକ୍ତ ଲୁଣ, ଚିନି ଓ ପ୍ରକ୍ରିୟାଜାତ ଖାଦ୍ୟ ଏଡ଼ାଇ ଚାଲନ୍ତୁ।