fbpx

Video: ଗାଧୋଇବା ବେଳେ ନଦୀରେ ଭାସିଗଲା ୨୨ ମାସର ଶିଶୁକନ୍ୟା, ମୃତଦେହ ଉଦ୍ଧାର

ନୟାଗଡ: ଗାଧୋଇବା ବେଳେ ଭାସିଗଲା ୨୨ ମାସର ଶିଶୁକନ୍ୟା। ଖୋଜାଖୋଜି ପରେ ଉଦ୍ଧାର ହେଲା ଶିଶୁକନ୍ୟାର ମୃତଦେହ। ନୟାଗଡ଼ ଜିଲ୍ଲା ଓଡଗାଁ ଗୌଡ଼ପୁଟରେ ଅଘଟଣ। ଗୌଡ଼ପୁଟ ଗାଁ ନିକଟ ଦୁଆଣ୍ଟ ନଦୀରେ ଘଟିଛି ଏହି ଘଟଣା। ଖବର ଅନୁଯାୟୀ ଆଜି ସକାଳ ସମୟରେ ଗୌଡ଼ପୁଟ ଜଗନ୍ନାଥ ସାହିର ନିଜ ମା ଶାନ୍ତିଲତା ବାରିକଙ୍କ ସହ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲା। କିନ୍ତୁ ଅସାବଧାନତାବଶତଃ ପିଲାଟି ଖସି ପଡି ଭାସି ଯାଇଥିଲା। ମା ଶାନ୍ତିଲତା ବହୁତ ଖୋଜାଖୋଜି ପରେ ନ ପାଇ ଗାଁ ଲୋକଙ୍କ ଖବର ଦେଇଥିଲେ।

ବହୁତ ଖୋଜାଖୋଜି ପରେ ୧୦୦ ମିଟର ଏକ ବ୍ରିଜରେ ପିଲାଟିକୁ ଦେଖି ଅଞ୍ଚଳବାସୀ ଉଦ୍ଧାର କରିଥିଲେ। ପରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ମୃତକ ଶିଶୁଟି ଶ୍ରଦ୍ଧାଞ୍ଜଳି ବାରିକ। ବୟସ ୨୨ ମାସ ବୋଲି ଜଣାପଡିଛି ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ବାତାବରଣ ଖେଳି ଯାଇଛି।

Get real time updates directly on you device, subscribe now.