fbpx
BSKY
BJD YOUTH SKY
BJD MS SKY

ସମ୍ବଲପୁରରେ ଅଭାବନୀୟ ଘଟଣା: ରେଳ ଧାରଣାରୁ ଯୁବକ, ଯୁବତୀଙ୍କ ମୃତଦେହ ଠାବ

ସମ୍ବଲପୁର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ପଣା ସଂକ୍ରାନ୍ତି ପାଳନ କରାଯାଉଥିବା ବେଳେ ସମ୍ବଲପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ରେଳ ଧାରଣାରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଭୟଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି ।

ସମ୍ବଲପୁର ହୀରାକୁଦ ଷ୍ଟେସନ ନିକଟ ଏ.କଟାପାଲି ଓଭରବ୍ରିଜ ତଳେ ଯୁବକ, ଯୁବତୀଙ୍କ ମୃତଦେହ ଠାବ ହୋଇଛି । ଉଭୟଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନି । ଏହା ହତ୍ୟା କି ଆତ୍ମହତ୍ୟା, ତାହା ବି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଘଟଣାକୁ ନେଇ ଜିଆରପିର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.