ଗର୍ଲଫ୍ରେଣ୍ଡକୁ ମାରିବା ପାଇଁ ଯାଇଥିଲା ପ୍ରେମିକ, ନମିଳିବାରୁ ମାଆକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଆଜିକା ଦିନରେ ହତ୍ୟା କାଣ୍ଡର ମାମଲା ବଢିବାରେ ଲାଗିଛି । କିଏ ପୂର୍ବ ଶତ୍ରୃତାରୁ ମାରୁଛି ତ ଆଉ କିଏ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେଲେ ହତ୍ୟା କରୁଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତର ଦିଲ୍ଲୀର ସରାୟ ଅଞ୍ଚଳରୁ ସାମ୍ନାକୁ ଆସିଛି । ରୋହିଲ୍ଲୀରେ ପୂର୍ବ ପ୍ରେମିକ ନିଜ ପ୍ରେମିକାକୁ ମାରିବାର ଉଦ୍ୟମରେ ଘରେ ପସିଥିଲା । କିନ୍ତୁ ସେହି ସମୟରେ ତାର ପ୍ରେମୀକା ଘରେ ଉପସ୍ଥିତ ନଥିଲା । ଏପରି ଅବସ୍ଥାରେ ପ୍ରେମିକ ଜଣକ ଝିଅର ମାଆକୁ ଗୁଳିକରି ହତ୍ୟା କରିଲା ।

ସୂଚନା ଅନୁସାରେ, ରୋହିଲ୍ଲୀର ବାସିନ୍ଧା ପୁନମ ତାଙ୍କ ସ୍ୱାମୀ, ୨ଟି ଝିଅ ଏବଂ ପୁଅ ସହ ଏକ ଘରେ ରହୁଥିଲେ । ପୁନମର ୨ଟି ଝିଅ ଚାର୍ଟର୍ଡ ଆକାଉଣ୍ଟେଟ ଏବଂ ସ୍ୱାମୀ ଚାନ୍ଦନୀ ଚୌକରେ ନିଜର କମ୍ପାନୀରେ ଚାକିରୀ କରୁଥିଲେ । ପୁନମର ଦ୍ୱିତୀୟ ଝିଅ ଚାନ୍ଦନୀ ଚୌକର ଏକ ଶାଢି଼ ଦୋକାନରେ କାମ କରୁଥିବା ଅଙ୍କିତକୁ ଭଲ ପାଉଥିଲେ । ପୁନମ ଏବଂ ପରିବାର ଲୋକଙ୍କୁ ଏ ସମ୍ପର୍କ ପସନ୍ଦ ନଥିଲା । ଏହି କାରଣରୁ ସେମାନଙ୍କ ପ୍ରେମ ସମ୍ପର୍କ ଶେଷ ହେବା ପରେ,କିଛି ଦିନ ପର୍ଯ୍ୟନ୍ତ ଦୁହେଁ ସାଙ୍ଗ ହୋଇରହିଲେ । କିନ୍ତୁ ପରେ ଏହି ମ୍ପର୍କ ମଧ୍ୟ ଭାଙ୍ଗି ଗଲା । ପରିବାର ଲୋକଙ୍କୁ ଏହି ସମ୍ପର୍କ ପସନ୍ଦ ନଥିବା କଥାକୁ ନେଇ ଆଗରୁ ମଧ୍ୟ ଦୁହିଁଙ୍କ ମଧ୍ୟରେ ଝଗଡା ହେଉଥିଲା । ପରବର୍ତ୍ତୀ ସମୟରେ ପୂର୍ବରୁ ରଖିଥିବା ଶତ୍ରୁତାକୁ ନେଇ ନିଜ ଜିନିଷ ଆଣିବା ବାହାନାରେ ଅଙ୍କିତ ପୂର୍ବ ପ୍ରେମୀକା ଘରକୁ ବୁଧବାର ସନ୍ଧ୍ୟାରେ ଯାଇଥିଲା । କିନ୍ତୁ ଏହା ପୂର୍ବରୁ ଅଙ୍କିତ ପ୍ରଥମେ ପ୍ରେମୀକାକୁ ଭେଟିବା ପାଇଁ କହିଥିଲେ । ପ୍ରେମୀ ଜଣକ ଘରେ ପହଞ୍ଚି ଦେଖିଲା ଯେ ତାର ପ୍ରେମୀକା ଘରେ ନାହିଁ, ଘରେ କେବଳ ପ୍ରାମୀକାର ମାଆ ପୁନମ ଅଛନ୍ତି । ଏହା ଦେଖି ସେ ପ୍ରେମୀକାକୁ ଫୋନ କରିଥିଲା ଏବଂ କହିଥିଲା ସେ ତାକୁ ମାରିବା ପାଇଁ ଆସିଛି । ତଥାପି ସେ ଯେତେବେଳେ ପ୍ରେମୀକାକୁ ଘରେ ପାଇନଥିଲା, ପରବର୍ତ୍ତୀ ସମୟରେ ପ୍ରେମୀକାର ମାଆ ଅର୍ଥାତ ପୁନମକୁ ଗୁଳି କରି ମାରି ଦେଇଥିଲା । ଦ୍ୱିତୀୟ ଝିଅ ଘରକୁ ଫେରିବା ବେଳେ ମାଆ ମୃତ ଅବସ୍ଥାରେ ଘରେ ପଡିଥିଲେ ।

ଏହା ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ପଚରା ପଚରା କରିବା କୁହାଯାଇଥିଲା ଯେ, ବାଥରୁମରେ ଗୋଡ ଖସି ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଘଟଣାସ୍ଥଳରେ ତଦନ୍ତ କରିବା ପରେ ପୋଲିସ ଜାଣିବାକୁ ପାଇଲା ଯେ ଏହି ମୃତ୍ୟୁଟି ମୁଣ୍ଡରେ ଗୁଳି ଲାଗିବାରୁ ହୋଇଛି । ସେଠାରେ ସେ ଏକ ପିସତଲ ସହ ୧୯ଟିଗୁଳି ଜବତ କରିଥିଲା । ଏନେଇ ପୋଲିସ ଏହି ମାମଲାକୁ ନେଇ ତଦନ୍ତ ଜାରି ରଖିଛି ।