ବୁଢ଼ା ବର ଦେଖି ଚତୁର୍ଥୀ ରାତିରେ ସ୍ତ୍ରୀ ହେଲା ଫେରାର, ସହିନପାରି ସ୍ୱାମୀ କଲା….

ଚତୁର୍ଥୀ ରାତିରେ ସ୍ୱାମୀକୁ ଭୁଆଁ ବୁଲାଇ ସ୍ତ୍ରୀ ହେଲା ଫେରାର

ରାଜସ୍ଥାନ: ଚତୁର୍ଥୀ ରାତିରେ ସ୍ୱାମୀକୁ ଭୁଆଁ ବୁଲାଇ ସ୍ତ୍ରୀ ହେଲା ଫେରାର। ରାଜସ୍ଥାନର ଆଜମେରରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ବିବାହର ଖୁସି ଦୁଃଖରେ ପରିଣତ ହୋଇଯାଇଛି।

ଘଟଣାଟି କମଳା ବାଭଡି ଅଞ୍ଚଳର। ଏଠାରେ ରହୁଥିବା ପ୍ରମୋଦ କୁମାର ବିବାହ ନାମରେ ଠକେଇର ଶିକାର ହୋଇଛନ୍ତି। ସେ ଏହି ଘଟଣାକୁ ନେଇ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ, ତାଙ୍କର ଅଧିକ ବୟସ ହେତୁ ସେ ବିବାହ କରିପାରୁ ନଥିଲେ। ଠିକ ସେତିକିବେଳେ ମନୀଷା ନାମକ ଜଣେ ମହିଳା ଦଲାଲ ତାଙ୍କୁ ବାହା କରେଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମନୀଷା ପ୍ରମୋଦଙ୍କୁ ଚାନ୍ଦନୀ ନାମକ ଜଣେ ଝିଅର ଫଟୋ ଦେଖାଇ କହିଥିଲେ ଯେ ସେ ଉତ୍ତର ପ୍ରଦେଶର ଏବଂ ଦାରିଦ୍ର୍ୟରେ ଜୀବନଯାପନ କରୁଛନ୍ତି। ପ୍ରମୋଦ ଚାନ୍ଦନୀଙ୍କ ଫଟୋକୁ ପସନ୍ଦ କରିଥିଲେ। ଏହା ପରେ ମନୀଷା ବିବାହ ଖର୍ଚ୍ଚ ନାମରେ ତାଙ୍କଠାରୁ 1 ଲକ୍ଷ 80 ହଜାର ଟଙ୍କା ନେଇଥିଲେ।

ଟଙ୍କା ନେବା ପରେ ମନୀଷା ପ୍ରମୋଦଙ୍କୁ ଆର୍ଯ୍ୟ ସମାଜ ମନ୍ଦିରରେ ଚାନ୍ଦନୀ ସହିତ ବିବାହ କରାଇ ଦେଇଥିଲେ। ବିବାହର ପ୍ରଥମ ରାତିରେ ଚାନ୍ଦନୀ ପେଟ ଯନ୍ତ୍ରଣାର ବାହାନା କରିଥିଲେ। ପରଦିନ ସେ କହିଥିଲେ ଯେ ସେ ଆଜମେର ଦରଗା ଯିବାକୁ ଚାହୁଁଛନ୍ତି। ପ୍ରମୋଦ ତାଙ୍କୁ ଦରଗାକୁ ନେଇ ଯାଇଥିଲେ।

ଦରଗାରେ ପହଞ୍ଚିବା ମାତ୍ରେ ଚାନ୍ଦନୀ ସୁଯୋଗ ଦେଖି ପ୍ରମୋଦଙ୍କୁ ଭୁଆଁ ବୁଲାଇ ସେଠାରୁ ପଳାଇ ଯାଇଥିଲେ। ବହୁତ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିଲା ନାହିଁ। ପ୍ରମୋଦ ଜାଣିପାରି ଗଞ୍ଜ ଥାନାରେ ମନୀଷା ଏବଂ ଚାନ୍ଦନୀଙ୍କ ବିରୁଦ୍ଧରେ ଏକ ଠକେଇ ରିପୋର୍ଟ ଦାଖଲ କରିଥିଲେ।

ଗଞ୍ଜ ଥାନାର ଏଏସଆଇ ରାକେଶ ସିଂହ କହିଛନ୍ତି ଯେ ଅଭିଯୋଗ ଆଧାରରେ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି। ପୋଲିସ ସନ୍ଦେହ କରୁଛି ଯେ, ଏହା ବିବାହ ନାମରେ ଲୋକଙ୍କୁ ଫସାଉଥିବା ଏକ ବଡ଼ ଠକ ଗୋଷ୍ଠୀର ଷଡ଼ଯନ୍ତ୍ର ହୋଇପାରେ। ପୋଲିସ ଏବେ ଉଭୟ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଛି।