ଓଡିଶା ଭାସ୍କର: କି ଯୁଗ ହେଲା ଲୋ ମାଆ, ଶେଷରେ ବାହା ବେଦିରେ କନିଆଁ ଗୁଟଖା ଖାଇଲା! ଏଭଳି ଏକ ଆଶ୍ଚର୍ଯ୍ୟକର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି, ବାହାବେଦିରେ ବସି ସମସ୍ତଙ୍କ ସାମ୍ନାରେ କନିଆଁ ଜଣଙ୍କ ଗୁଟଖା ଖାଉଛି।
ଯାହାକୁ ଦେଖି ଗୁଟଖା ସେବନ କରୁଥିବା ବ୍ୟକ୍ତିମାନେ ମଧ୍ୟ ବହୁତ ଖୁସି ହୋଇଯାଇଛନ୍ତି। ଆଉ କହିଛନ୍ତି ଯେ, ଇଏ ହିଁ ଆମର ପ୍ରକୃତ ଭାଉଜ।
ଭିଡିଓରେ, ନବବଧୂ ପ୍ରଥମେ ଗୁଟଖା ପ୍ୟାକେଟକୁ ହଲାଇ, ତା’ ଭିତରେ ତମାଖୁକୁ ଭଲ ଭାବରେ ମିଶ୍ରଣ କରୁଛନ୍ତି ଏବଂ ତା’ପରେ ପ୍ୟାକେଟଟିକୁ ତାଙ୍କ ପାଟିରେ ଢାଳି ଦେଉଛନ୍ତି। ଆଉ ଯେତେବେଳେ ତାଙ୍କ ଆଡକୁ କ୍ୟାମେରା ଯାଉଛି ସେ କ୍ୟାମେରାକୁ ଚାହିଁ ହସି ଦେଉଛନ୍ତି।
ଏହାକୁ ଦେଖି ସେଠାରେ ଥିବା ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁ ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓ 21 ଲକ୍ଷ ଭ୍ୟୁ ପାଇସାରିଲାଣି।