fbpx

(VIDEO) ବ୍ରିଟିଶ ଅମଳର ବଙ୍ଗଳା ପାଲଟିଛି ଭୂତ କୋଠି; ରାତିହେଲେ ଶୁଭୁଛି ଭୟଙ୍କର ସ୍ୱର ,ଭୟଭିତ ଅଞ୍ଚଳବାସୀ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି କେନ୍ଦୁପାଟଣା ଜଳସମ୍ପଦ ବିଭାଗ ନିକଟରେ ଥିବା ବ୍ରିଟିଶ ଅମଳର ବଙ୍ଗଳା ଏବେ ଭୂତକୋଠି ପାଲଟିଛି । ଯେଉଁ ବଙ୍ଗଳାରେ ଦିନେ ବ୍ରିଟିସ ମାନେ ରହୁଥିଲେ । ଆଜି ସେହି ବଙ୍ଗଳା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏଥିସହିତ ଏଠାକୁ ଲୋକ ଆସିବାକୁ ମଧ୍ୟ ଭୟ କରୁଛନ୍ତି । କାରଣ ସେଠାକାର ଗ୍ରମବାସୀଙ୍କ କହିବା ଅନୁଯାୟୀ, ସେଠାରେ କାହାର ଭୟଙ୍କ ସ୍ୱର ଶୁଭୁଛି । ତେବେ ଏହି ବଙ୍ଗଳାରେ କେହି ରହୁନଥିବାରୁ ଭୂତମାନେ ରହୁଥିବା ନେଇ ଲୋକେ ଭୟ କରୁଛନ୍ତି । ଆଉ ଏବେ ସେହି ବାଟ ଦେଇ ଲୋକେ ଯିବା ପାଇଁ ଡରୁଛନ୍ତି ।

ତେବେ ଦିନ ହେଉ କି ରାତି ବଙ୍ଗଳା ବାଟ ଦେଇ ଏକା ଯିବା ବର୍ତ୍ତମାନ ମୁସ୍କିଲ ହୋଇ ପଡୁଛି । ଲୋକମାନେ କହୁଛନ୍ତି ସେହି ବଙ୍ଗଳାରୁ ବିକଟାଳ ଶବ୍ଦ ଶୁଭୁଛି । ସେହି ବାଟ ଦେଇ ଯିଏ ଯାଉଛି ଘରକୁ ଫେରିଲା ପରେ ଦେହ ଖରାପରେ ପଡୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପକ୍ଷୀମାନେ ବି ସେହି ବଙ୍ଗଳାରେ ବସନ୍ତି ନାହିଁ । କେବଳ ଗୋଟିଏ ପେଚା ରାତି ସମୟରେ ସେଠାରେ ବସି ରହୁଛି । ଯାହାକୁ ଆଖିରେ ନଦେଖିଲେ କେହି ବିଶ୍ୱାସ ମଧ୍ୟ କରିବେ ନାହିଁ । ଆଉ ରାତିରେ ପେଚାକୁ ଦେଖି ଲୋକେ ମଧ୍ୟ ଭୟବୀତ ହୋଇଯାଆନ୍ତି ।
ସବୁଠାରୁ ବଡକଥା ହେଉଛି ସେହି କୋଠରୀରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ସେହିଦିନଠାରୁ ଏହି କୋଠରିରେ କେହି ରହିବାକୁ ସାହାସ କରନ୍ତି ନାହିଁ । ଆଉ ଯିଏ କେହି ବି ଏବି ବଙ୍ଗଳାରେ ରହିବାକୁ ଚାହିଁଥାଏ, ସେ କେବେବି ରହିପାରେନାହିଁ । ଏଭଳି ଅଜବ ଶବ୍ଦ ଶୁଣିବାପରେ ଏଠାରେ ଆତ୍ମା ରହୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ଏହି ବଙ୍ଗଳାକୁ ଦିନରେ ଦେଖିଲେ ଡର ଲାଗୁଛି । ଆଉ ରାତିରେ କିପରି ଦେଖାଯଉଥିବ ଆପଣ ମାନେ ଦେଖିଲେ ଯାଣିପାରିବେ ।

Get real time updates directly on you device, subscribe now.