fbpx

ଦ ବର୍ଣ୍ଣିଂ ପ୍ଲେନ୍ ! ମଝି ଆକାଶରେ ଲାଗିଲା ନିଆଁ …ଦେଖନ୍ତୁ ଭିଡିଓ

ୱାଶିଂଟନ : ମଝି ଆକାଶରେ ନିଆଁ ବାହାରୁଛି । ରବିବାର ଦିନ ଆମେରିକୀୟ ଏୟାରଲାଇନ୍ସର ଉଡନ୍ତା ବିମାନରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ପକ୍ଷୀ ମାଡ ହେବା ପରେ ଏକ ଇଞ୍ଜିନରୁ ନିଆଁ ବାହାରିବା ଆରମ୍ଭ ହୋଇଥିଲା । ଖାଲି ନିଆଁ ନୁହେଁ ବିମାନରୁ ପ୍ରଚଣ୍ଡ ଶବ୍ଦ ଆସୁଥିଲା । ବିମାନରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ମୃତ୍ୟୁ ସୁନିଶ୍ଚତ ବୋଲି ସେମାନେ ଭାବି ସାରିଥିଲେ । ହେଲେ ରଖେ ହରି ତ ମାରେ କିଏ । ଠିକ୍ ସେହିପରି ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟି ଜରୁରୀକାଳୀନ ଅବତରଣ ନେଇଥିଲା ।

ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପରେ ଆମେରିକାର ଓହିଓ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ନିଆଁ ଏବଂ ଧୂଆଁ ଉଡ଼ାଣର ସଠିକ ଇଞ୍ଜିନରୁ ବାହାରୁଥିବା ଦେଖିବାକୁ ମିଳିବ। ତେବେ ଏଥିରେ କେହି ଆହତ ହୋଇନାହାଁନ୍ତି । ଏକ ସୁନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀମାନେ ।

Get real time updates directly on you device, subscribe now.