ସ୍ଥଗିତ ରହିଲା ବସ୍ ଧର୍ମଘଟ; ମାର୍ଚ୍ଚ ୩୧ ପରେ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି

ଭୁବନେଶ୍ୱର: କିଛି ଦିନ ହେବ ବିଭିନ୍ନ ଦାବି ନେଇ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ରାଜ ରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରୁଛନ୍ତି । ତେବେ ପୂର୍ବରୁ ଶିକ୍ଷମାନେ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିବା ବେଳେ ଶତାଧୀକ ଅଙ୍ଗନବାଡି କର୍ମୀ ନବିନ ନିବାସ ସାମ୍ନାରେ ଧାରଣା ଦେଇଥିଲେ । ଯାହାଫଳରେ ସରକାର ସେମାମନଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ଶେଷ ହୋଇଥିଲା । ତେବେ ଏହିସବୁ ପରେ ଆସନ୍ତା କାଲି ବସ୍ ମାଲିକ ସଂଘ ଧାରଣାରେ ବସିବାକୁ ଥିବାବେଳେ ବର୍ତ୍ତମାନ ଏହାକୁ ସ୍ଥଗିତ କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଘରୋଇ ବସ୍ ମାଲିକ ସଂଘ ଆସନ୍ତାକାଲି ୧୦ ଦଫା ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଏହି ଆନ୍ଦୋଳେନ ବର୍ତ୍ତମାନ ହେବ ନାହିଁ ବୋଲି ଘରୋଇ ମାଲକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସେ ଏକ ପ୍ରେସମିଟ ଜରିଆରେ ଏହି ସୂଚନା ଦେବା ସହ କହିଛନ୍ତି ଯେ ସରକାରଙ୍କ ସହ ଆଲୋଚନା ହୋଇଛି । ଯାହାଫଳରେ ସରକାର ସେମାନଙ୍କ ୧୦ ଦଫା ଦାବିରୁ ୩ ଦଫା ଦାବି ମାନି ନେଇଛନ୍ତି । ତେଣୁ ବର୍ତ୍ତମାନ ଏହି ଧର୍ମଘଟକୁ ସ୍ଥଗିତ କରାଯାଇଛି ।

ଏତତ୍ ବ୍ୟତୀତ ଅନ୍ୟ ୭ଟି ଦାବି ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ପାଇଁ ସରକାର ପ୍ରତିଶୃତି ମଧ୍ୟ ଦେଇଛନ୍ତି । ତେଣୁ ମାର୍ଚ୍ଚ ୩୧ ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି ଘରୋଇ ମାଲକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।