ଭଗବାନ ସହିଲେନି, ଛେଳିକୁ ବଳି ଦେବାକୁ ଯାଇ ମରିଗଲେ ୪, ବଞ୍ଚିଗଲା ଛେଳି
ଛେଳିର ଡାକ ଶୁଣିଲେ ଭଗବାନ। ଛେଳିକୁ ବଳି ଦେବାକୁ ନେଉଥିବା ଲୋକ ନିଜେ ବଳି ପଡିଗଲେ। ହେଲେ ଛେଳି ସୁରକ୍ଷିତ ରହିଗଲା।
ମଧ୍ୟପ୍ରଦେଶ: କଥାରେ ଅଛି ପରା ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ। ଯାହାର ଅଦାହରଣ ହେଉଛି ଏହି ଛେଳିଟି। ହଁ ନୀରିହ ଛେଳିଟିକୁ ବଳି ୁକାଇବାକୁ ନେଇ ଯାଉଥିଲେ କିଛି ଲୋକ। ହେଲେ ଭଗବାନ ଛେଳିର ଦୁଃଖ ସହିପାରିଲେନି, ଓଲଟା ବଳି ପକାଇବାକୁ ନେଉଥିବା ଲୋକଙ୍କ ଜୀବନ ନେଇଗଲେ।
ଆଉ ବଳୀ ପଡିବାକୁ ଯାଉଥିବା ଛେଳିଟି ସୁରକ୍ଷିତ ରହିଗଲା। କହିବାକୁ ଗଲେ ବଳୀ ପକାଇବାକୁ ନେଇ ନିଜେ ବଳି ପଡିଗଲେ ଲୋକେ। ଏଥିରୁ ପ୍ରମାଣିତ ହେଉଛି କି ଭଗବାନ ଯେତେବେଳେ ଯାହାକୁ ଚାହିଁବୁ ମରଣ ମୁହଁରୁ ବି ଫେରେଇ ନେଇ ଆସିବେ।
ଛେଳିକୁ ବଳୀ: ତେବେ ଏପରି ଏକ ରୋଚକ ଦୃଷ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁର ଚାରଗୱାନ୍ ଥାନା ଅଞ୍ଚଳରେ। ଗୁରୁବାର ଦିନ ଅପରାହ୍ନରେ ଏକ କାରରେ ୬ ଜଣ ଲୋକ ଗୋଟେ ଛେଳିକୁ ନେଇ ଯାଉଥିଲେ।
ଆଉ ଛେଳିକୁ ନେଇ ବଳୀ ଦେବାର ଯୋଜନା ଥିଲା। ମନ ଖୁସିରେ ଘରୁ ବାହାରିଥିଲେ। ହେଲେ ଛେଳିକୁ ବଳୀ ଦେବେ କ’ଣ ସେମାନଙ୍କ ଜୀବନ ବଳି ପଡିଗଲା। ଭଗବାନ ଛେଳିର ଗୁହାରି ଶୁଣିଲେ ଆଉ ତାକୁ ବଞ୍ଚାଇ ଦେଲେ।
ଆକ୍ସିଡେଣ୍ଟ: ହଁ ଛେଳିକୁ ବଳୀ ଦେବାକୁ ନେଇ ଯିବା ସମୟରେ ଚାରଗାୱାନ୍ ପୋଲିସ ଷ୍ଟେସନ ଅଞ୍ଚଳରେ, ଛେଳିକୁ ନେଇ ଯାଉଥିବା କାରଟି ନିୟନ୍ତ୍ରଣ ହରାଇ ନଦୀ ପୋଲର ରେଲିଂ ଭାଙ୍ଗି ନଦୀ ଭିତରକୁ ଖସି ପଡିଥିଲା।
ଆଉ ସେହି ଗାଡି ଭିତରେ ଥିବା ୬ ଜଣ ଲୋକଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତରଙ୍କୁ ସ୍ଥାନୀୟ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହାକି ଏତେବଡ଼ ଦୁର୍ଘଟଣାରେ ମଧ୍ୟ ବଳି ପଡିବାକୁ ଯାଉଥିବା ଛେଳିର କିଛି ହେଇନି। ସେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି।