ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଆଜି ସରୁଛି ଅସ୍ତ୍ର ବିରତି ଅବଧି। ଆଜି ପୁଣିଥରେ ବସିପାରେ DGMO ସ୍ତରୀୟ ବୈଠକ। ବୈଠକରେ ହୋଇପାରେ ପରବର୍ତ୍ତୀ ନିଷ୍ପତ୍ତି। କାରଣ ଗତ ୧୦ ତାରିଖରେ ଦୁଇ ଦେଶ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ସିଜ୍ ଫାୟାର।
ପହଲଗାମ ଆତଙ୍କୀ ଆକ୍ରମଣ ଓ ପରେ ଭାରତର ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ବଢିଥିଲା ତିକ୍ତତା। ଏହି ତିକ୍ତତା ଏତେ ବଢିଯାଇଥିଲା ଯେ, ମନେ ହେଉଥିଲା ଏହା ଏକ ବଡ଼ ଯୁଦ୍ଧରେ ପରିଣତ ହେବ।
ଭାରତ ପହଲଗାମ ସିନ୍ଦୂରର ପ୍ରତିଶୋଧ ନେବ। ହେଲେ ଦୁଇ ଦେଶ ମଧ୍ୟରେ ବୁଝା ସୁଝା ପରେ ଅସ୍ତ୍ରବିରତି ହୋଇଥିଲା। ହେଲେ ଏହି ଅସ୍ତ୍ରବିରତି ସବୁ ଦିନ ପାଇଁ ନଥିଲା। ଅର୍ଥାତ୍ ଭାରତ-ପାକିସ୍ତାନ ସିଜ୍ ଫାୟାରର ଅବଧି ମେ ୧୮ ତାରିଖ ପର୍ଯ୍ୟନ୍ତ ଥିଲା।
ଯାହା ଆଜି ସମାପ୍ତ ହେବାକୁ ଯାଉଛି। ତେଣୁ ଆଶା ଅନୁମାନ କରାଯାଉଛି ଆଜି ପୁଣିଥରେ DGMO ସ୍ତରୀୟ ବୈଠକ ବସିପାରେ। ଏବଂ ଏହି ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି ହୋଇପାରେ।